ସଚିନ, ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାର ମାନଙ୍କର ଟ୍ୱିଟ ହେବ ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ସଚିନ, ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାର ମାନଙ୍କର ଟ୍ୱିଟ ହେବ ଯାଞ୍ଚ

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ବିଦେଶୀ ସେଲେବ୍ରିଟିଙ୍କ ଟ୍ୱିଟ ଓ ଏହାକୁ ଭାରତୀୟ ସେଲେବ୍ରିଟିଙ୍କ କାଉଣ୍ଟର ଆଟାକରେ ଏବେ ନୂଆ ମୋଡ଼ ଆସିଛି। ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରି ଟ୍ୱିଟ କରିଥିବା ସଚିନ ତେନ୍ଦୁଲକର, ଲତା ମଙ୍ଗେସକର, ଅକ୍ଷୟ କୁମାର  ଓ ବିରାଟ କୋହଲିଙ୍କ ଭଳି ଷ୍ଟାରମାନଙ୍କର ଟ୍ୱିଟକୁ ଯାଞ୍ଚ କରିବା ପାଇଁ ଆଜି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମୋଦି ସରକାରଙ୍କ ଚାପରେ ପଡ଼ି ଏହି ଭାରତୀୟ ତାରକାମାନେ ଟ୍ୱିଟ କରିଥିବା ଅଭିଯୋଗ ହୋଇଥିଲା। ତେଣୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଘଟଣାର ଯାଞ୍ଚ ପାଇଁ କହିଛନ୍ତି। ଦୀର୍ଘ ୨ ମାସରୁ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।

ଏଠାରେ ପାଣି ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ପପ ଷ୍ଟାର ରିହାନାଙ୍କ ଠାରୁ ଆରମ୍ଭ କରି ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ତେବେ ଏହି ଟ୍ୱିଟ ପରେ ଚାଷୀ ସମସ୍ୟା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ବାହାର ଦେଶର ନାଗରିକ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସଚିନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାରଙ୍କ ଭଳି ତାରକାମାନେ ମତ ଦେଇଥିଲେ।

ହେଲେ କିଛି ସେଲେବ୍ରିଟି କରିଥିବା ଟ୍ୱିଟରେ ସମାନ ଶବ୍ଦ ଥିବାରୁ ଏହା ଉପରେ ସନ୍ଦେହ ପ୍ରକାଶ ପାଇଥିଲା। ମୋଦି ସରକାରଙ୍କ ଚାପରେ ଭାରତର ସେଲେବ୍ରିଟିମାନେ ଟ୍ୱିଟ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା। କଂଗ୍ରେସ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ।

ଏହି ସମୟରେ ସେମାନେ ତାରକାମାନଙ୍କ ଟ୍ୱିଟଗୁଡ଼ିକ ତଦନ୍ତ କରିବାକୁ ଦାବି କରିଥିଲେ। ସେମାନେ କହିଥିଲେ ଯେ ତାରକାମାନେ କରିଥିବା ଟ୍ୱିଟରେ ଥିବା କିଛି ଶବ୍ଦ ସମାନ ରହିଛି। ତେଣୁ ସେମାନେ ନିଜ ଇଚ୍ଛାରେ ଏହାକୁ କରିଛନ୍ତି ନା କାହା ଚାପରେ ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରିଛନ୍ତି, ତାହା ଜାଣିବା ସମସ୍ତଙ୍କ ଅଧିକାର।

ସୁନୀଲ ସେଟ୍ଟି କରିଥିବା ଟ୍ୱିଟକୁ ବିଜେପିର ମହାରାଷ୍ଟ୍ର ମୁଖ୍ୟଙ୍କୁ ଟ୍ୟାଗ କରିଥିଲେ। ସେହିପରି ଅକ୍ଷୟ କୁମାର ଓ ସାଇନା ନେହ୍ୱାଲ କରିଥିବା ଟ୍ୱିଟ ପୂରା ସମାନ ରହିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ତାରକାମାନେ ବିଜେପି ସରକାରଙ୍କ ଚାପରେ ପଡ଼ି ଟ୍ୱିଟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ଅଭିଯୋଗକୁ ଭିତ୍ତି କରି ଅନୀଲ ଦେଶମୁଖ ଟ୍ୱିଟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post ସଚିନ, ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାର ମାନଙ୍କର ଟ୍ୱିଟ ହେବ ଯାଞ୍ଚ appeared first on Odisha Reporter.



from Odisha Reporter https://ift.tt/3tKPlfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages