ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଚେନ୍ନାଇରେ ଚାଲିଥିବା ଏହି ମ୍ୟାଚ୍ରେ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ୍ ହରାଇ ୩୦୦ ରନ୍ କରିଥିଲା।
ଋଷଭ ପନ୍ତ ୩୩ ଓ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲ ୫ ରନ୍ କରି ଅପରାଜିତ ଥିଲେ। ଆଜି ଏ ଦୁହେଁ ପୁଣି ଇନିଂସକୁ ଆଗକୁ ବଢ଼ାଇବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଅକ୍ଷର ପଟେଲ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ନିଜ ଖାତାରେ ଆଉ କୌଣସି ରନ୍ ନଯୋଡ଼ି ସେ ଆଉଟ୍ ହୋଇଯାଇଥିଲେ। ୮୯.୨ ଓଭରରେ ମୋଇନ୍ ଅଲିଙ୍କ ବଲ୍ରେ ବେନ୍ଙ୍କ ଦ୍ୱାରା ସେ ଷ୍ଟମ୍ପ ଆଉଟ୍ ହୋଇଥିଲେ।
ଏହା ପରେ ଈଶାନ୍ତ ଶର୍ମା ଆସିଥିଲେ। ସେ ଖାତା ଖୋଲି ପାରି ନଥିଲେ। ମୋଇନ ସେହି ଓଭରରେ ମାତ୍ର ୨ଟି ବଲ୍ ଖେଳି ଈଶାନ୍ତ ଆଉଟ୍ ହୋଇଯାଇଥିଲେ। ରୋରୀ ବର୍ଣ୍ଣସଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଈଶାନ୍ତ ଆଉଟ୍ ହେବା ପରେ କୁଳଦୀପ ଯାଦବ କ୍ରିଜ୍କୁ ଆସିଥିଲେ। ସେ ୧୫ଟି ବଲ୍ର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଖାତା ଖୋଲି ପାରି ନଥିଲେ। ଶେଷରେ ଓଲି ଷ୍ଟୋନଙ୍କ ବଲରେ ବେନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ମହମ୍ମଦ ସିରାଜ ୪ ରନ୍ କରି ଓଲି ଷ୍ଟୋନଙ୍କ ବଲରେ ବେନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଗତକାଲି ଠାରୁ ୩୩ ରନ୍ କରି ଅପରାଜିତ ରହିଥିବା ୱିକେଟ୍ କିପର ଋଷଭ ପନ୍ତ ଆଜି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୭ ବଲ୍ରୁ ୫୮ ରନ୍ (୭ ଚୌକା, ୩ ଛକା) କରି ଅପରାଜିତ ରହିଥିଲେ।
ଅନ୍ୟପକ୍ଷରେ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡକୁ ପ୍ରଥମ ଓଭରରେ ଲାଗିଥିଲା ବଡ଼ ଝଟକା। ଆଉଟ୍ ହୋଇଯାଇଥିଲେ ରୋରୀ ବର୍ଣ୍ଣସ୍। ସେ ଖାତା ଖୋଲି ପାରି ନଥିଲେ। ପ୍ରଥମ ଓଭରର ତୃତୀୟ ବଲ୍ରେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ୭.୨ ଓଭରେ ଭ୍ରମଣକାରୀ ଦଳକୁ ଲାଗିଥିଲା ଦ୍ୱିତୀୟ ଝଟକା। ରୋରୀଙ୍କ ସହିତ ଇନିଂସ୍ ଓପନ୍ କରିବାକୁ ଆସିଥିବା ଡମ୍ ସିବ୍ଲେ ୧୬ ରନ୍ କରିଥିବା ବେଳେ ଅଶ୍ୱିନ୍ଙ୍କ ବଲରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ଖବର ଲେଖାଯିବା ବେଳକୁ ଇଂଲଣ୍ଡ ୯ ଓଭରରେ ୧୯ ରନ୍ କରିଛି। ଡାନ୍ ଲରେନ୍ସ ଓ ଅଧିନାୟକ ଜୋ ରୁଟ୍ କ୍ରିଜ୍ରେ ଅଛନ୍ତି।
England 2⃣ down! @ashwinravi99 scalps his first wicket of the match as Dominic Sibley is caught at leg-slip by skipper @imVkohli. @Paytm #INDvENG #TeamIndia
Follow the match https://t.co/Hr7Zk2kjNC pic.twitter.com/W8kaAglNa4
— BCCI (@BCCI) February 14, 2021
ସୂଚନାଯୋଗ୍ୟ, ଗତକାଲି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲି ଓ ଶୁବମନ ଗିଲ ଶୂନରେ ଆଉଟ୍ ହୋଇଯାଇଥିଲେ। ଚେତେଶ୍ୱର ପୂଜାରା ୨୧ ରନ୍ କରିଥିଲେ। ତେବେ ହିଟ୍ମ୍ୟାନ୍ ରୋହିତ ଶର୍ମା ଧମାକେଦାର ବ୍ୟାଟିଂ କରିଥିଲେ। ସେ ୧୬୧ ରନ୍ କରିଥିଲେ। ଫଳରେ ଦଳ ଏକ ଭଲ ସ୍ଥିତିରେ ପହଞ୍ଚି ପାରିଥିଲା। ସେହିଭଳି ଆଜିଙ୍କ୍ୟ ରାହାଣେ ୬୭ ରନ୍ କରିଥିଲେ।
The post ଭାରତ ୩୨୯ରେ ଅଲ୍ଆଉଟ୍, ଇଂଲଣ୍ଡକୁ ପ୍ରାରମ୍ଭରୁ ଡବଲ୍ ଝଟକା appeared first on Odisha Reporter.
from Odisha Reporter https://ift.tt/3b4NsBZ
No comments:
Post a Comment