ଆସନ୍ତାକାଲି ଓଡ଼ିଶା ବନ୍ଦ; ବାଦ ପଡ଼ିବ ଫୁଲ ସଜା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଆସନ୍ତାକାଲି ଓଡ଼ିଶା ବନ୍ଦ; ବାଦ ପଡ଼ିବ ଫୁଲ ସଜା ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ୍ ସହ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବା ବେଳେ  ଏହା ପ୍ରତିବାଦରେ  ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଆସନ୍ତାକାଲି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତି ଆବଶ୍ୟକ ସେବାରେ ଥିବା ଗାଡ଼ି ଏଥିରୁ ବାଦ୍ ପଡ଼ିବ । ସେହିଭଳି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ସେ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ ।  ଅର୍ଥାତ ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ସତ୍କାର ପାଇଁ ଯାଉଥିବ ଗାଡ଼ିକୁ ଏଥିରୁ ବାଦ ଦିଆଯିବ। ସାଧାରଣଲୋକଙ୍କର ଯେପରି ଅସୁବିଧା ହେବନି ତା’ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି ।

କେବଳ ପେଟ୍ରୋଲ ଓ ଡିଜେଲ୍, ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି ନୁହେଁ ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

The post ଆସନ୍ତାକାଲି ଓଡ଼ିଶା ବନ୍ଦ; ବାଦ ପଡ଼ିବ ଫୁଲ ସଜା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/2LOnv0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages