୩୦୦ ୱିକେଟ୍ ପୂରଣ କଲେ ଈଶାନ୍ତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

୩୦୦ ୱିକେଟ୍ ପୂରଣ କଲେ ଈଶାନ୍ତ ଶର୍ମା

ଚେନ୍ନାଇ: ଟିମ୍ ଇଣ୍ଡିଆର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଈଶାନ୍ତ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ନେଇ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ଦ୍ୱିତୀୟ ଇନିଂସର ୧୬ତମ ଓଭରରେ ଡାନ୍ ଲରେନ୍ସଙ୍କ ୱିକେଟ୍ ନେଇ ଈଶାନ୍ତ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଈଶାନ୍ତ ତୃତୀୟ ଭାରତୀୟ ପେସ୍ ବୋଲର ଭାବେ ଟେଷ୍ଟରେ ୩୦୦ତମ ୱିକେଟ୍ ନେଇଛନ୍ତି। ଈଶାନ୍ତ ମଧ୍ୟ ୩୦୦ରୁ ଅଧିକ ୱିକେଟ୍ ନେବାରେ ଭାରତର ଷଷ୍ଠ ବୋଲର ହୋଇଛନ୍ତି।

ଭାରତର ପୂର୍ବତନ ଲେଗ୍ ସ୍ପିନର୍ ଅନୀଲ କୁମ୍ବଲେ ସର୍ବାଧିକ ୬୧୯ ୱିକେଟ୍ ନେଇ ଆଗରେ ରହିଥିବା ବେଳେ କିମ୍ବଦନ୍ତୀ ଅଲରାଉଣ୍ଡର କପିଲ୍ ଦେବ ୪୩୪ ୱିକେଟ୍ ସହ ଦ୍ୱିତୀୟରେ ରହିଛନ୍ତି। ଏହା ପରକୁ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ (୪୧୭), ରବିଚନ୍ଦ୍ରନ୍ ଅଶ୍ୱିନ୍ (୩୮୨) ଓ ଜାହିର୍ ଖାନ୍ (୩୧୧) ଅଛନ୍ତି।

୨୦୨୦ରେ ୟୁଏଇରେ ଆୟୋଜିତ ଆଇପିଏଲର ୧୩ଶ ସଂସ୍କରଣରେ ଈଶାନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ଏହା ପରେ ଆହତ କାରଣରୁ ଈଶାନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। କିନ୍ତୁ ଏବେ ସେ ଫିଟ୍ ହୋଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ହୋଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଈଶାନ୍ତ ୨୭ ଓଭର ବୋଲିଂ କରି ୨ଟି ୱିକେଟ୍ ନେଇଥିଲେ।

The post ୩୦୦ ୱିକେଟ୍ ପୂରଣ କଲେ ଈଶାନ୍ତ ଶର୍ମା appeared first on Odisha Reporter.



from Odisha Reporter https://ift.tt/3jscnmR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages