୫ ଜାନୁଆରୀ, ଶୁକ୍ରବାର: ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

୫ ଜାନୁଆରୀ, ଶୁକ୍ରବାର: ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି

ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଫଳ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର– ଶ୍ରୀହନୁମାନ ଚାଳିଶା ସାତ ଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବଢ଼ିବ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ବହୁଦିନର ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।

କର୍କଟ: ପାରିବାରିକ ଦ୍ୱନ୍ଦ୍ୱ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧା ସୃଷ୍ଟିହେବ। ପ୍ରତିକାର– ସାତଟି ଧଳା କନିଅର ଫୁଲ ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଉତ୍ତମ ଭୋଜନ ପ୍ରାପ୍ତିହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ହାସଲ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ଗାଡ଼ି ଚଳାଇ ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ପ୍ରତିକାର- ଶ୍ରୀ ବିଷ୍ଣଙ୍କୁ୧୧ଟି ତୁଳସୀ ମଞ୍ଜରୀ ଅର୍ପଣ କରନ୍ତୁ।

ତୁଳା: ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବସ୍ତ୍ର ଓ ଅଳଙ୍କାର ଜାତୀୟ ବ୍ୟବସାୟରେ ଭଲ ଲାଭ ପାଇବେ।

ବିଛା: ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

ଧନୁ: ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡ଼ା ହୋଇଯିବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ।

ମକର: ବକେୟା ଅର୍ଥକୁ ନେଇ ଯୁକ୍ତିତର୍କ ଓ ମତଭେଦ ଦେଖାଦେଇପାରେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ।

କୁମ୍ଭ: ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ମହିଳାମାନେ ଜନକଲ୍ୟାଣ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହେବାର ସମ୍ଭାବନା ରହିଛି।

ମୀନ: ରାଜନେତାମାନେ ସମାଜରେ ଆଦରଣୀୟ ହେବେ। ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ମନରେ ଶାନ୍ତି ଦେଖାଦେବ। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

The post ୫ ଜାନୁଆରୀ, ଶୁକ୍ରବାର: ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି appeared first on Odisha Reporter.



from Odisha Reporter https://ift.tt/39NdOcc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages