ବିନିକା(ଦିଲ୍ଲୀପ ସାହୁ): ଦଶ ବର୍ଷ ତଳେ ୫ ଲକ୍ଷର ଠିକା କାମ କରିଥିବା ବେଳେ ଏଯାଏ ମିଳିନି ୮୭ ହଜାର ଟଙ୍କା। ଧରାଛୁଆଁ ଦେଉ ନ ଥିଲେ ବିଭାଗୀୟ ଯନ୍ତ୍ରୀ। ଆଜି ଉଭୟ ପକ୍ଷ ଆଲୋଚନା ନିମନ୍ତେ ଥାନାକୁ ଯାଇଥିବା ବେଳେ ସେଠାରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବ ଠିକାଦାର। ସେଠାରେ ଉପସ୍ଥିତ ପୁଲିସ୍ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଘଟିଛି।
ସୂଚନା ଅନୁଯାୟୀ, ଦୀର୍ଘ ଦଶ ବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା । ସେତେବେଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏଇ ଡିପାର୍ଟମେଣ୍ଟାଲ କାମର ଦାୟିତ୍ୱରେ ଥିଲେ I ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ଯ୍ୟାଳୟରେ ଜେଇ ଅଛନ୍ତି I ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ ୮୭ ହଜାର ଟଙ୍କା ପାଇପାରି ନ ଥିବା ଅଭିଯୋଗ କରିଛନ୍ତି।
ଗତ ୧୮ ତାରିଖରେ ଜେଇ ମୂର୍ତ୍ତି ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ । ବାକି ଟଙ୍କା ପାଇ ନ ଥିବାରୁ ଆଜି ଥାନା ଅଧିକାରୀ ଏବଂ ଜେଇଙ୍କ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ତ୍ରିଲୋଚନ । ହେଲେ ସେଠାରେ ଉପସ୍ଥିତ ପୁଲିସ୍ କର୍ମୀ ତାଙ୍କୁ କାବୁ କରିନେଇଥିଲେ।
The post ଥାନାରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/2NXhYWB
No comments:
Post a Comment