ଗଙ୍ଗୁବାଇ ସାଜିଲେ ଆଲିଆ, ଦେଖନ୍ତୁ ଦମଦାର ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଗଙ୍ଗୁବାଇ ସାଜିଲେ ଆଲିଆ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ: ଦେହରେ ଧଳା ଶାଢ଼ି, ମୁହଁରେ ବିଡ଼ି।  ଦେଖିବାକୁ ପୁରା ଲେଡି ଡନ ଲୁକ୍। କାଠିଆୱାଡି ଅଞ୍ଚଳର ଗଙ୍ଗୁବାଇ। ନା କାହାକୁ ଡରନ୍ତି, ନା କାହାକୁ ନିଜକୁ ଡରାଇବାକୁ ଦିଅନ୍ତି। ଏକଦମ ରୁବାବରେ ରୁହନ୍ତି।  ଗଙ୍ଗୁ ଯେଉଁଠି ରୁହେ ସେଠି କେବେ ଅମବାସ୍ୟା ହୁଏନି। ଗଙ୍ଗୁ ଜହ୍ନ ଥିଲା ଏବଂ ଜହ୍ନ ହିଁ ରହିବ। ଏଭଳି କିଛି ଦମଦାର ଡାଏଲଗ ଏବଂ ସ୍କ୍ରିନ ପ୍ଲେ ସହ ରିଲଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଟିଜର।

ଗଙ୍ଗୁବାଇ ଲୁକରେ ଆଲିଆ ଭଟ୍ଟ

ଗଙ୍ଗୁବାଇ ଲୁକରେ ନଜର ଆସିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କୁ ଏଥିରେ ଏକ ଭିନ୍ନ ଅନ୍ଦାଜରେ ଦଖିବାକୁ ମିଳିଛି। ନିଜ ହାବଭାବ ଏବଂ ଦମଦାର ଭଏସ ପାଇଁ ସେ ବେଶ ପରିଶ୍ରମ କରିଛନ୍ତି, ଯାହା ଟିଜରକୁ ଦେଖିଲେ ସ୍ପଷ୍ଟ ହୋଇପଡୁଛି।  ୧ ମିନିଟ ୩୧ ସେକେଣ୍ଡର ଏହି ଟିଜରରେ ଆଲିଆ ଭଟ୍ଟଙ୍କ ଦାମଦାର ଡାଏଲଗ ଏବଂ ତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ରୋମାଣ୍ଟିକ ଗାର୍ଲରୁ ପୁରାପୁରି ଲେଡି ଡନ ସାଜିଛନ୍ତି ଆଲିଆ। ଗଙ୍ଗୁବାଇ ଚରିତ୍ର ପାଇଁ ଯେଉଁ ନିର୍ଭୟ, ସାହାସ, ଘୃଣା ଏବଂ ଶକ୍ତି ଦରକାର ସେ ସବୁକିଛି ଆଲିଆଙ୍କ ଭିତରେ ନଜର ଆସିଛି।

ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ଆଲିଆ ଭଟ୍ଟ ଅଛନ୍ତି। ଫିଲ୍ମଟି ‘ଦ ମାଫିଆ କୁଇନ ଅଫ ମୁମ୍ବାଇ’ ପୁସ୍ତକ ଉପରେ ଆଧାରିତ। ଏହି ଫିଲ୍ମରେ ଆଲିଆଙ୍କ ଲୁକକୁ ନେଇ ବେଶ୍ ପରିଶ୍ରମ କରାଯାଇଛି। ମୁଣ୍ଡରେ ବଡ ବିନ୍ଦି, ଶାଢ଼ି ଏବଂ ମୋଟା ମୋଟା କଜଳ ଲଗାଇ ପୁରାପୁରି ଭିନ୍ନ ଲୁକରେ ନଜର ଆସିଛନ୍ତି ଆଲିଆ।

ଟିଜରଟି ରିଲିଜ ହେବାପରେ ଏବେ ସୋଶାଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ମାନେ ଆଲିଆଙ୍କ ଦମଦାର ଅଭିନୟକୁ ଦେଖି ପ୍ରଶଂସା କରୁଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଆଲିଆ ଏବଂ ସଞ୍ଜୟ ଲିଲା ଭଂସାଲି ଏକାଠି କାମ କରିଛନ୍ତି। ଆସନ୍ତା ଜୁଲାଇ ୩୦ରେ ଫିଲ୍ମଟି ପରଦାକୁ ଆସିବ।

The post ଗଙ୍ଗୁବାଇ ସାଜିଲେ ଆଲିଆ, ଦେଖନ୍ତୁ ଦମଦାର ଭିଡିଓ appeared first on Odisha Reporter.



from Odisha Reporter https://ift.tt/3dHpJL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages