ସମୁଦ୍ରକୁ ଡେଇଁଲେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ସମୁଦ୍ରକୁ ଡେଇଁଲେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଗସ୍ତ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଥଙ୍ଗାସେରୀଠାରେ ସମୁଦ୍ରକୁ ଲମ୍ଫ ମାରିଛନ୍ତି। ସେ ଏହି ଗସ୍ତ ବେଳେ ମତ୍ସ୍ୟଜୀବଙ୍କ ସହ ସମୁଦ୍ର ମଧ୍ୟରେ ବୁଲିଥିଲେ। ଏପରି କି ମାଛ ମଧ୍ୟ ଧରିଥିଲେ। ଶେଷରେ ସେ ଡଙ୍ଗାରୁ ସିଧା ସମୁଦ୍ର ମଧ୍ୟକୁ ଡେଇଁଥିଲେ।

ସମୁଦ୍ର ଭିତରେ ଅନ୍ୟ ମତ୍ସ୍ୟବଜୀଙ୍କ ସହ ରାହୁଲ ପ୍ରାୟ ୧୦ ମିନିଟ୍‌ କାଳ ଜଳକ୍ରୀଡ଼ା କରିଥିଲେ। ଡଙ୍ଗାରେ ବୁଲୁଥିବା ବେଳେ କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ୍‌ ବସାଇବାକୁ ପାଣି ମଧ୍ୟକୁ ଡେଇଁଥିଲେ। ରାହୁଲ କାହାକୁ କିଛି ନ କହି ହଠାତ୍‌ ସେମାନଙ୍କ ସହ ପାଣି ମଧ୍ୟକୁ ଲମ୍ଫ ମାରିଥିଲେ।

ଏହି ସମୟରେ ସେ ପୋଷାକ ମଧ୍ୟ ବଦଳାଇ ନଥିଲେ। ପୂର୍ବଭଳି ଭଳି ସେ ବ୍ଲୁ ଟି-ଶର୍ଟ ଓ ଖାଖି ଟ୍ରାଉଜର ପିନ୍ଧିଥିଲେ। ପାଣିରେ ଗାଧୋଇବା ପରେ ସେ କୂଳକୁ ଫେରି ନିଜର ପୋଷାକ ବଦଳାଇଥିଲେ। ସମୁଦ୍ର ଭିତରେ ରାହୁଲ ପହଁରୁ ଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

କେରଳ ଗସ୍ତରେ ଥିବା ରାହୁଲ ପ୍ରାୟ ଅଢ଼େଇ ଘଣ୍ଟା କାଳ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାରେ ସମୟ ବିତାଇଥିଲେ। ଏହି ସମୟରେ ମତ୍ସ୍ୟଜୀବୀ ମାନେ ରାନ୍ଧିଥିବା ମାଛ ତରକାରୀ ମଧ୍ୟ ଖାଇଥିଲେ। ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି, ରାହୁଲ ହଠାତ୍‌ ପାଣିକୁ ଡେଇଁବା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ପାଣିକୁ ଡେଇଁବେ ବୋଲି ଆମକୁ ମଧ୍ୟ ଜଣା ନଥିଲା। ସେ ୧୦ ମିନିଟ୍‌ ପାଣି ଭିତରେ ରହିଥିଲେ। ସେ ପହଁରା ଭଲ ଭାବେ ଜାଣିଛନ୍ତି।


ଅନ୍ୟପକ୍ଷରେ ଆଗକୁ କେରଳ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ସମୟ ବିତାଇଥିଲେ। ଏହି ସମୟରେ କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ସାମିଲ କରିବ ବୋଲି ରାହୁଲ କହିଛନ୍ତି।

The post ସମୁଦ୍ରକୁ ଡେଇଁଲେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/2ZQRBV3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages