ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ଗୋଟିଏ ପରେ ଗୋଟିଏ ନିୟମକୁ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍ ରଦ୍ଦ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆମେରିକାରେ ପ୍ରବେଶ କରି କାମ କରିବା ପାଇଁ ଆବଶ୍ୟକ ଗ୍ରୀନ କାର୍ଡ ଆବେଦନ ଉପରେ ଟ୍ରମ୍ପ ଗତବର୍ଷ ଲଗାଇଥିବା ବ୍ୟାନ୍କୁ ରାଷ୍ଟ୍ରପତି ବାଇଡେନ୍ ରଦ୍ଦ କରିଦେଇଛନ୍ତି। ଏଣିକି ଆମେରିକାକୁ ବାହାର ଦେଶର ଲୋକ କାମ କରିବାକୁ ଆସିବା ପାଇଁ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିପାରିବେ ଓ ଏହାକୁ ତାଙ୍କୁ ପୂର୍ବଭଳି ମିଳିପାରିବ।
ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଦେଶର ଅର୍ଥନୀତି ଦୋହଲି ଯିବା ସହ ବେକାର ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହି କାରଣରୁ ଟ୍ରମ୍ପ ଆମେରିକାବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ ଉପରେ ବ୍ୟାନ୍ ଲାଗୁ କରିଥିଲେ।
ବାଇଡେନ୍ ଏହାକୁ ରଦ୍ଦ କରି କହିଛନ୍ତି ଯେ ବ୍ୟାନ୍ ନିଷ୍ପତ୍ତି ଦ୍ୱାରା ଆମେରିକାରେ ରହୁଥିବା ଲୋକମାନଙ୍କ ପରିବାରର ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି। ସେହିପରି ଦେଶର ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଆମ ପ୍ରଶାସନ ଦେଶରେ ଗ୍ରୀନ କାର୍ଡ ଆବେଦନ ଉପରେ ଲାଗୁ ହେଉଥିବା ବ୍ୟାନ୍କୁ ରଦ୍ଦ କରୁଛି।
ଟ୍ରମ୍ପ କ୍ଷମତାରେ ଥିବା ବେଳେ ଶରଣାର୍ଥୀଙ୍କ ଉପରେ ଏକାଧିକ କଟକଣା ଲାଗୁ କରିଥିଲେ। ଏହି କାରଣରୁ ଆମେରିକାରେ ଥିବା କମ୍ପାନୀଗୁଡ଼ିକରେ କାମ କରୁଥିବା ବାହାର ଦେଶର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କମ୍ପାନୀଗୁଡ଼ିକ ମଧ୍ୟ ବ୍ୟବସାୟିକ କ୍ଷତି ସହୁଥିଲେ।
ଏହି କାରଣରୁ ସେମାନେ କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ। ଏବେ ବାଇଡେନ କ୍ଷମତାକୁ ଆସିବା ପରେ ଅଗ୍ରାଧିକାର ଭିତ୍ତିରେ ଶରଣାର୍ଥୀଙ୍କ ଉପରେ ଟ୍ରମ୍ପ ଲଗାଇଥିବା ଏକାଧିକ ବ୍ୟାନ୍କୁ ରଦ୍ଦ କରିବା ଆରମ୍ଭ କରିଛନ୍ତି।
The post ଟ୍ରମ୍ପଙ୍କ ଗ୍ରୀନ କାର୍ଡ ବ୍ୟାନ୍କୁ ରଦ୍ଦ କଲେ ରାଷ୍ଟ୍ରପତି ବାଇଡେନ appeared first on Odisha Reporter.
from Odisha Reporter https://ift.tt/3aNEDO6
No comments:
Post a Comment