ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର

ନୂଆପଡ଼ା(ମାୟାଧର ସରାଫ): ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀ ଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ।

୪ ବର୍ଷର ଶିଶୁ ପରମେଶ୍ୱର ନିଜ ଆଈଙ୍କ ପାଖରେ ରହୁଥିଲେ । ସନ୍ଧ୍ୟାରେ ଖେଳୁ ଥିବା ବେଳେ କେତେ ବେଳେ ଘର ପାଖରା ଥିବା ଏକ କୂଅରେ ସେ ପଡି ଯାଇ ଥିଲେ । ଶିଶୁକୁ ଅନେକ ଖୋଜା ଖୋଜି ପରେ ବି ତାର ପତ୍ତା ମିଳି ନଥିଲା। ଗତ କାଲି ସନ୍ଧ୍ୟାରେ କୂଅରେ ଶିଶୁର ଶବ ଭାସୁ ଥିବା ଦେଖିବାକୁ ମିଳି ଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

The post ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର appeared first on Odisha Reporter.



from Odisha Reporter https://ift.tt/3rkOUXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages