୨୫ ଫେବ୍ରୁଆରୀ, ଗୁରୁବାର: ଅଫିସ୍‌ରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

୨୫ ଫେବ୍ରୁଆରୀ, ଗୁରୁବାର: ଅଫିସ୍‌ରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ

ମେଷ: କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ପଡ଼ୋଶୀଙ୍କ ସହିତ ସମ୍ପର୍କ ଆହୁରି ମଧୁର ହେବ। ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ପ୍ରତିକାର– ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ: ଋଣଭାର କମିଯିବ। ନୂଆ ଗାଡ଼ି କିଣିବେ। ପରିବାରରେ ଥିବା ମତାନ୍ତର ଦୂର ହେବ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ। ପ୍ରତିକାର– ଧଳାବସ୍ତ୍ର ପରିଧାନ କରନ୍ତୁ।

ମିଥୁନ: କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ। ଅଫିସ୍‌ରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅର୍ଥଲାଭ ହେବ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଭାଇ-ଭଉଣୀମାନଙ୍କ ସହ ମନୋମାଳିନ୍ୟ ଦୂର ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। ଶତ୍ରୁମାନଙ୍କୁ ପରାସ୍ତ କରିବେ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳ ହେବେ। ପ୍ରତିକାର– ଦହି ଓ ମିଠା ଖାଇ ଘରୁ ବାହାରନ୍ତୁ।

ସିଂହ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର-ଅଶ୍ୱତ୍‌ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କନ୍ୟା: ଜମିଜମା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦିତ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅନେକ ସୂତ୍ରରୁ ଧନ ପାଇବାର ଯୋଗ ଅଛି। ବନ୍ଧୁଙ୍କ ସହଯୋଗରେ ସ୍ଥଗିତ ଥିବା କାମଟି ସଂପନ୍ନ ହେବ। ପ୍ରତିକାର– ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା: ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଓ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରତିକାର– ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ।

ବିଛା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବାସହ ନୂଆ ଆୟର ପନ୍ଥା ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ଦୂରଯାତ୍ରା କରିପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପ୍ରତିକାର– ମା’,ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ବୁଦ୍ଧି ଖଟାଇ ଉଚିତ ମାର୍ଗରେ ଆଗେଇ ଚାଲିବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ଜାଗା, ଜମି ଓ ଦାମୀ ଗାଡ଼ି କିଣି ପାରନ୍ତି। କୃଷିଜାତ ଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ। ପୁରୁଣା ରୋଗରୁ ଉପଶମ ମିଳିବ। ପ୍ରତିକାର– ନୀଳବସ୍ତ୍ର ପରିଧାନ କରନ୍ତୁ।

କୁମ୍ଭ: ପାରିବାରିକ କ୍ଷେତ୍ରରେ ଥିବା ଅସ୍ଥିରତା ଓ ଅଶାନ୍ତି ଦୂରେଇ ଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରତିକାର– ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ସନ୍ତାନ ମାନଙ୍କ ଭବିଷ୍ୟତକୁ ନେଇ ଆଶାବାଦୀ ହେବେ। ଆର୍ଥିକ ଉନ୍ନତି ଘଟିବ। ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ପ୍ରତିକାର– ହରିଡ଼ା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

The post ୨୫ ଫେବ୍ରୁଆରୀ, ଗୁରୁବାର: ଅଫିସ୍‌ରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ appeared first on Odisha Reporter.



from Odisha Reporter https://ift.tt/3kkliXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages