ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ରାଜ୍ୟର ସରକାରଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ର ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ଏସବୁ ଭିତରେ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି।
ଆସନ୍ତା ଶୁକ୍ରବାର ଠାରୁ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ, ସାଙ୍ଗରେ କରୋନାର ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ଯଦି କେହି ନେଗେଟିଭ ରିପୋର୍ଟ ନ ଆଣିଥିବେ, ତା’ହେଲେ ତାଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହି ନିୟମ ୫ ରାଜ୍ୟରୁ ଆସୁଥିବା ଲୋକଙ୍କ କ୍ଷେତ୍ରରେ ଲାଗୁ ହେବ।
ଦିଲ୍ଲୀ ସରକାରଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ଶୁକ୍ରବାର ଠାରୁ କରୋନାର ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏହି ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ ହୋଇଥିବା ଦରକାର। ବସ୍, ଟ୍ରେନ ଓ ବିମାନ ଯାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ। ସଡ଼କ ପଥରେ ଆସୁଥିବା ଲୋକଙ୍କ ପାଇଁ ଏହି ନିମୟ ଲାଗୁ ହେବ ନାହିଁ।
ଶୁକ୍ରବାର ଠାରୁ ନିୟମକୁ କାର୍ଯ୍ୟକାରୀ କରାଯିବ ଓ ମାର୍ଚ୍ଚ ୧୫ ଯାଏ ଏହା ବଳବତ୍ତର ରହିବ। ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କିଛି ଦିନ ହେଲାଣି ଏହି ୫ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୬% ଲୋକ ଏହି ୫ ରାଜ୍ୟରୁ ରହିଛନ୍ତି। କାଳେ ଏମାନଙ୍କ ପାଇଁ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବ୍ୟାପିବ, ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି।
ସେହିପରି ଦିଲ୍ଲୀ ସରକାର ଏହି ୫ ରାଜ୍ୟର ଅଧିକାରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବେ। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଲୋକମାନେ ବିମାନରେ ଚଢ଼ିବା ପୂର୍ବରୁ ୭୨ ଘଣ୍ଟା ପୂର୍ବରୁ ଯେମିତି କରୋନା ଟେଷ୍ଟ କରିଥିବେ, ସେକଥାକୁ ସଂପୃକ୍ତ ରାଜ୍ୟର ଅଧିକାରୀମାନେ ନିଶ୍ଚିତ କରିବେ। ଶୁକ୍ରବାର ମଧ୍ୟରାତ୍ରରୁ ମାର୍ଚ୍ଚ ୧୫ ତାରିଖ ଦିନ ୧୨ଟା ଯାଏ ଦିଲ୍ଲୀରେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
The post ରାଜଧାନୀରେ ପ୍ରବେଶ ପାଇଁ ଦରକାର କରୋନା ନେଗେଟିଭ ରିପୋର୍ଟ! appeared first on Odisha Reporter.
from Odisha Reporter https://ift.tt/3bx4YyZ
No comments:
Post a Comment