୪୨% ସମ୍ମୁଖ ଯୋଦ୍ଧା ନେଲେଣି କରୋନା ଟିକାର ପ୍ରଥମ ଡୋଜ୍‌, ଓଡ଼ିଶାରେ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

୪୨% ସମ୍ମୁଖ ଯୋଦ୍ଧା ନେଲେଣି କରୋନା ଟିକାର ପ୍ରଥମ ଡୋଜ୍‌, ଓଡ଼ିଶାରେ କେତେ

ନୂଆଦିଲ୍ଲୀ: ଫେବୃଆରୀ ୨ରୁ ଦେଶରେ କରୋନା ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ପଞ୍ଜିକୃତ ୪୨% ସମ୍ମୁଖ ଯୋଦ୍ଧାଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆ ସରିଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯ଟି ରାଜ୍ୟରେ ୬୦%ରୁ ଅଧିକ ସମ୍ମୁଖ ଯୋଦ୍ଧାକୁ ଟିକାର ପ୍ରଥମ ଡୋଜ୍‌ ଦିଆ ସରିଛି। ଏହା ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି।

ସେହିପରି ଦେଶରେ ୬୨% ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ମଧ୍ୟ ଦିଆସରିଛି। ଜାନୁଆରୀ ୧୬ରୁ ଦେଶରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତରେ ମୋଟ ୨.୫ ଲକ୍ଷ ସେସନ୍ସରେ ୧.୨ କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ଏହା ମଧ୍ୟରେ ୬୪.୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୪୧.୧ ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧା ରହିଛନ୍ତି।

କେଉଁ ରାଜ୍ୟ କେତେ ପ୍ରତିଶତ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ଜାଣନ୍ତୁ

ରାଜସ୍ଥାନରେ ୮୫.୬% ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଏହା ପଛକୁ ଗୁଜରାଟରେ ୮୦.୯%, ମଧ୍ୟପ୍ରଦେଶରେ ୭୭.୫, ଓଡ଼ିଶାରେ ୬୮.୬%, ହିମାଚଳ ପ୍ରଦେଶରେ ୬୧.୮% ଓ ଉତ୍ତରାଖଣ୍ଡରେ ୬୦.୨% ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଦାଦ୍ରା ନଗର ହାବେଳୀରେ ୯୨.୩%, ଲାକ୍ଷାଦ୍ୱୀପରେ ୮୪.୨% ଓ ତ୍ରିପୁରାରେ ୬୮.୫% ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।

୨୫%ରୁ କମ୍‌ ସମ୍ମୁଖ ଯୋଦ୍ଧା ଟିକା ନେଇଥିବା ତାଲିକାରେ ଆସାମ ୧୩.୪%, ମଣିପୁରରେ ୧୫%, ମେଘାଳୟରେ ୧୫.୨%, ମିଜୋରାମରେ ୧୫.୮%, ତାମିଲନାଡୁରେ ୨୧.୪%, ଗୋଆରେ ୨୪.୨%, ପୁଡୁଚେରୀରେ ୬.୪%, ଛତିଶଗଡ଼ରେ ୨୩.୬% ଓ ଅରୁଣାଚଳ ପ୍ରଦେଶରେ ୧୯.୪% ରହିଛନ୍ତି।

ଏହା ବ୍ୟତୀତ ୧୩.୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଶରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଆସରିଲାଣି। ୭୫%ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇଥିବା ତାଲିକାରେ ହିମାଚଳ ପ୍ରଦେଶ, ଲଦାଖ, ତେଲେଙ୍ଗାନା, ଗୁଜରାଟ ଓ ତ୍ରିପୁରା ଭଳି ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି।

The post ୪୨% ସମ୍ମୁଖ ଯୋଦ୍ଧା ନେଲେଣି କରୋନା ଟିକାର ପ୍ରଥମ ଡୋଜ୍‌, ଓଡ଼ିଶାରେ କେତେ appeared first on Odisha Reporter.



from Odisha Reporter https://ift.tt/3aPV24J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages