ଲକ୍ଷ୍ନୌ: ଜୋରସୋରେ ଆଗେଇ ଚାଲିଛି ଅଯୋଧ୍ୟାରେ ତିଆରି ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାମ। ବର୍ତ୍ତମାନ ଯାଏଁ ୧୫୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇସାରିଲାଣି। ରାମ ମନ୍ଦିର ନିର୍ମାଣ ପାଇଁ ତିଆରି ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଖାତାରେ ଶୁକ୍ରବାର ସନ୍ଧ୍ୟା ଯାଏଁ ୧୫୧୧ କୋଟି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପୁରା ଦେଶ ଧନ ରାଶି ଦାନ କରୁଛି। ଏହି ଦାନ କାର୍ଯ୍ୟକ୍ରମରେ ପ୍ରାୟ ୪ ଲକ୍ଷ ଗ୍ରାମ ଏବଂ ୧୧ କୋଟି ପରିବାରଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ଗତ ଜାନୁଆରୀ ୧୫ରୁ ଦାନ ଅଭିଯାନ ଆରମ୍ଭ ହୋଇଛି। ଏହା ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଜାରି ରହିବ। ସୁରଟରେ ଏହି ଅଭିଯାନର ଏକ ଅଂଶ ଭାବେ ସେ କାମ କରୁଛନ୍ତି। ୪୯୨ ବର୍ଷ ପରେ ଲୋକମାନଙ୍କୁ ଧର୍ମ ପାଇଁ କିଛି କରିବା ଲାଗି ମଉକା ମିଳିଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ କହିଛନ୍ତି।
ରାମ ମନ୍ଦିର ନିର୍ମାଣ ପାଇଁ ଦାନରେ ମିଳୁଥିବା ଏହି ସଂଗୃହିତ ଅର୍ଥକୁ ପ୍ରାୟ ୩୬ ହଜାର ଲୋକ ବ୍ୟାଙ୍କରେ ଜମା କରୁଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ଗ୍ରୁପ ସାରା ଦେଶରେ ଘରକୁ ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ସେପଟେ ନିର୍ମାଣ କାମ ଲାଗି ୫ ମିଟର ଖନନ କାମ ସରିଥିବା କୁହାଯାଉଛି।
Rs 1,511-crore has been collected for Ram Temple construction in Ayodhya, as per data available on Thursday evening: Swami Govind Dev Giri, Treasurer of Shri Ram Janmabhoomi Tirtha Kshetra (12.02.2021) pic.twitter.com/OYQG5MJBKu
— ANI (@ANI) February 13, 2021
ସୂଚନାଯୋଗ୍ୟ ଯେ, ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡ ପୀଠ ରାମ ଲଲାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୨.୭ ଏକର ଜମିରେ ପରିବ୍ୟାପ୍ତ ସମଗ୍ର ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ଉକ୍ତ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ଏହା ଉପରେ ସରକାର ନଜର ରଖିବେ ବୋଲି କହିଥିଲେ।
The post ରାମ ମନ୍ଦିର ପାଇଁ ଦାନରେ ମିଳିଲାଣି ୧୫୦୦ କୋଟିରୁ ଅଧିକ appeared first on Odisha Reporter.
from Odisha Reporter https://ift.tt/3jJ4g5z
No comments:
Post a Comment