ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କଲା ଭାରତ, ପ୍ରଥମରୁ ଲାଗିଲା ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କଲା ଭାରତ, ପ୍ରଥମରୁ ଲାଗିଲା ଝଟକା

ଚେନ୍ନାଇ: ଆଜିଠୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍। ଏହି ଟେଷ୍ଟ୍‌ ବି ଚେନ୍ନାଇରେ ହେଉଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ରୋହିତ ଶର୍ମା ଓ ଶୁବମନ ଗିଲ୍ ଓପନିଂ କରିବାକୁ ଆସିଥିଲେ। ହେଲେ ଦ୍ୱିତୀୟ ଓଭରର ତୃତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ ଶୁବମନ ଗିଲ୍‌। ଓଲି ଷ୍ଟୋନ୍‌ଙ୍କ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ମାତ୍ର ତିନିଟି ବଲ୍‌ର ସମ୍ମୁଖୀନ ହୋଇଥିବା ଶୁବମନ ଖାତା ଖୋଲି ପାରି ନଥିଲେ। ସେ ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରା ଆସିଛନ୍ତି।

ଖବର ଲେଖାଯିବା ବେଳେକୁ ଦଳ ୩ ଓଭରରେ ୯ ରନ୍ କରିଛି। ରୋହିତ ୫ ଓ ପୂଜାରା ୪ ରନ୍ କରିଛନ୍ତି।

ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଆଉ ଜଣେ ଖେଳାଳି ଟେଷ୍ଟ ଡେବ୍ୟୁ କରିଛନ୍ତି। ସେ ହେଉଛନ୍ତି ଅକ୍ଷର ପଟେଲ। ଭାରତ ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ ଥିବା ଅନ୍ୟ ଖେଳାଳିମାନେ ହେଲେ- ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ।

ସୂଚନାଯୋଗ୍ୟ, ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ୨୨୭ ରନ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍‌ରେ ୩୩୭ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ସେହିପରି ଦ୍ୱିତୀୟ ଇନିଂସ୍‌ରେ ଇଂଲଣ୍ଡ ୧୭୮ ରନ୍ କରିଥିଲା। ତେବେ ୪୨୦ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

The post ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କଲା ଭାରତ, ପ୍ରଥମରୁ ଲାଗିଲା ଝଟକା appeared first on Odisha Reporter.



from Odisha Reporter https://ift.tt/3d8tokJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages