ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଲେ ବାପା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଲେ ବାପା ମା’

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ନେଲୋରରେ ଦିନ ମଜୁରିଆ ଭାବେ କାମ କରୁଥିବା ଏକ ଦମ୍ପତି ସେମାନଙ୍କର ୧୨ ବର୍ଷର ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହି ଦମ୍ପତିଙ୍କ ବଡ଼ ଝିଅ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ସାନ ଝିଅକୁ ସେମାନେ ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ଝିଅଟିକୁ କିଣିବା ପରେ ବୁଧବାର ତାଙ୍କୁ ବିବାହ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ୧୨ ବର୍ଷୀୟ ଝିଅଟିକୁ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଉଦ୍ଧାର କରିଛନ୍ତି। ଏହାପରେ ଝିଅଟିକୁ ଜିଲ୍ଲା ଚାଇଲ୍ଡ କେୟାର ସେଣ୍ଟରକୁ ପଠାଯାଇଛି।

୨୫ ହଜାର ଟଙ୍କାରେ କିଣିବାକୁ ଦିଆଯାଇଥିଲା ପ୍ରସ୍ତାବ

କୋଟରୁରେ ରହୁଥିବା ଏହି ଦମ୍ପତି ବଡ଼ ଝିଅର ଚିକିତ୍ସା ପାଇଁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୪୬ ବର୍ଷୀୟ ଚିନ୍ନା ସୁବାଇଙ୍କ ପାଖରେ ପହଞ୍ଚିଥିଲେ। ହେଲେ ସେ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଫଳରେ ସେମାନେ ସାନ ଝିଅକୁ ୨୫ ହଜାର ଟଙ୍କାରେ କିଣିବା ପାଇଁ ସୁବାଇଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଶେଷରେ ୧୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା।

ପୂର୍ବରୁ ଏକାଧିକ ଥର ଦେଇଥିଲେ ବିବାହ ପ୍ରସ୍ତାବ

ପୁଲିସ୍ କହିଛି ଯେ ସୁବାଇଙ୍କୁ ତାଙ୍କ ପତ୍ନୀ ବିବାଦ କାରଣରୁ ଛାଡ଼ି ଦେଇଛନ୍ତି। ଏହି କାରଣରୁ ସେ ଏକାକୀ ରହୁଥିଲେ। ସେ ଦମ୍ପତିଙ୍କ ସାନ ଝିଅକୁ ବିବାହ କରିବାକୁ ପୂର୍ବରୁ ମଧ୍ୟ ଏକାଧିକ ଥର ପ୍ରସ୍ତାବ ଦେଇଥିଲେ। ଦମ୍ପତି ଏହାକୁ ମନା କରିଥିଲେ ହେଁ ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ।

ବୁଧବାର ଦିନ ସୁବାଇ ଝିଅଟିକୁ ବିବାହ କରିବା ପରେ ଦାମପୁର ଠାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ସେ ଝିଅଟିକୁ ସାଙ୍ଗରେ ନେଉଥିବା ବେଳେ ସେ କାନ୍ଦିବା ସହ ଚିତ୍କାର କରିଥିଲେ। ଏହା ଶୁଣି ପଡ଼ୋଶୀ ଲୋକ ଦାମପୁର ଯାଇ ପୂରା ଘଟଣାର ଯାଞ୍ଚ କରିଥିଲେ।

ଶେଷରେ ଲୋକମାନେ ଏକାଠି ହୋଇ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ସରପଞ୍ଚ ସବୁ ଶୁଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ଶିଶୁ ବିଭାଗର ଅଧିକାରୀଙ୍କୁ ଧରି ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲା। ପୁଲିସ୍‌ ମାମଲା ରୁଜୁ କରି ସୁବାଇଙ୍କୁ ପଚରାଉଚରା କରୁଛି।

The post ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଲେ ବାପା ମା’ appeared first on Odisha Reporter.



from Odisha Reporter https://ift.tt/2ZXkX3X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages