ସାଙ୍ଘାତିକ ଷଡ଼ଯନ୍ତ୍ର! ଟଙ୍କା ଲୁଟୁଛନ୍ତି ସାଇବର ଠକ, ଫସୁଛନ୍ତି ସାଧାରଣ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ସାଙ୍ଘାତିକ ଷଡ଼ଯନ୍ତ୍ର! ଟଙ୍କା ଲୁଟୁଛନ୍ତି ସାଇବର ଠକ, ଫସୁଛନ୍ତି ସାଧାରଣ ଲୋକ

ପାରାଦୀପ (ରମାକାନ୍ତ ନାୟକ): ଠକେଇର ନୂଆ ଫଣ୍ଡା। ଏବେ ସାଇବର ଠକଙ୍କ ଟାର୍ଗେଟରେ ସାଧାରଣ ଲୋକ। ଋଣ ଦେବା ବାହାନାରେ ଠିକି ନେଲେ ୫୦ ହଜାର ଟଙ୍କା। କେବଳ ସେତିକି ନୁହେଁ ବେଆଇନ ରୂପେ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରଞ୍ଜେକସନ ମଧ୍ୟ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଅରପି ଉଠାଇ ନେଇ ପଚରାଉଚରା କରୁଛିା ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାଞ୍ଜେକସନ୍ ହୋଇଥିବା ଅଭିଯୋଗରେ ତଦନ୍ତ ଚାଲିଛି ।

ସୂଚନା ମୁତାବକ, ବିଶ୍ୱଜିତ ଅନଲାଇନରେ କୌଣସି ସଂସ୍ଥାଠୁ ୨ ଲକ୍ଷ ଟଙ୍କା ଋଣ ନେବାକୁ ଆବେଦନ କରିଥିଲେ। କମ୍ପାନୀ ପକ୍ଷରୁ ଏନେଇ ବିଶ୍ୱଜିତଙ୍କୁ ଆକ୍ସିସ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଥିଲା। ଏଥିସହ ୫୦ ହଜାର ଟଙ୍କା ଓ ବ୍ୟାଙ୍କ କାଗଜପତ୍ର, ଆଧାରକାର୍ଡ, ଏଟିଏମ୍  ଓ ପିନ୍ ପଠାଇବାକୁ କୁହାଯାଇଥିଲା। ଏସବୁ ପଠାଇ ସାରିବା ପରେ କିନ୍ତୁ ବିଶ୍ୱଜିତଙ୍କୁ ଆଉ ଋଣ ଟଙ୍କା ମିଳିନଥିଲା। କିଛି ଦିନ ପରେ ବିଶ୍ୱଜିତଙ୍କୁ ତାଙ୍କ ଆଧାର କାର୍ଡ ଓ ବ୍ୟାଙ୍କ କାଗଜପତ୍ର ମଧ୍ୟ କମ୍ପାନୀ ଫେରାଇ ଦେଇଥିଲେ। ହେଲେ ଋଣ ଟଙ୍କା ଆଜି ଆସିବ କାଲି ଆସିବ କହି ସାଇବର ଠକମାନେ ଦୁଇ ମାସ ଗଢ଼ାଇ ଦେଇଥିଲେ। ଅନ୍ୟପକ୍ଷରେ ବିଶ୍ୱଜିତଙ୍କୁ କମ୍ପାନୀ ଫେରାଇଥିବା ଆଧାର କାର୍ଡ ଏବଂ ବ୍ୟାଙ୍କ କାଗଜପତ୍ରଗୁଡିକ ନକଲି ବୋଲି ଜଣାପଡିଛି।

ସେପଟେ ଏହି ଆକାଉଣ୍ଟରେ ରେଳବାଇରେ ଚାକିରି କରାଇବା ନାଁରେ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ୧୩ ଲକ୍ଷ ଟଙ୍କା ଟ୍ରାଞ୍ଜେକସନ୍ ହୋଇଥିବା ଅଭିଯୋଗରେ ବିଶ୍ୱଜିତଙ୍କୁ କୋଲକାତାର ଏକ ପୁଲିସ ଟିମ ଉଠାଇ ନେଇଛି।  ତାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚାଲାଇଛି। ସେପଟେ ମାମଲାକୁ ନେଇ ପୋଲିସ୍ କିମ୍ବା କୋଲକାତା ଜିଆରପିର କୌଣସି ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ବିଶ୍ୱଜିତଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ନ୍ୟାୟ ଦେବା ପାଇଁ ସେ ଗୁହାରି କରିଛନ୍ତି।

The post ସାଙ୍ଘାତିକ ଷଡ଼ଯନ୍ତ୍ର! ଟଙ୍କା ଲୁଟୁଛନ୍ତି ସାଇବର ଠକ, ଫସୁଛନ୍ତି ସାଧାରଣ ଲୋକ appeared first on Odisha Reporter.



from Odisha Reporter https://ift.tt/2ZX8Eoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages