୨୭ ଫେବ୍ରୁଆରୀ, ଶନିବାର: ସହକର୍ମୀମାନେ ଈର୍ଷା କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

୨୭ ଫେବ୍ରୁଆରୀ, ଶନିବାର: ସହକର୍ମୀମାନେ ଈର୍ଷା କରିପାରନ୍ତି

ମେଷ: ସକାରାତ୍ମକ ଚିନ୍ତା ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ। ସମାଜରେ ମାନସମ୍ମାନ ବଢ଼ିବ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: କଠିନ ପରିଶ୍ରମ କରିବାକୁ ପଡ଼ିବ। ବୁଝି ବିଚାରି ସବୁ ନିଷ୍ପତ୍ତି ନିଅନ୍ତୁ। ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଯୋଜନା କରିଥିବା କାର୍ଯ୍ୟ ସଠିକ୍ ସମୟରେ ସଂପନ୍ନ ହେବ। ଆୟର ନୂଆ ଉତ୍ସ ପ୍ରାପ୍ତ ହୋଇପାରେ। ପ୍ରତିକାର– ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ କୃପା ଦୃଷ୍ଟି ପଡ଼ିବ। ସହକର୍ମୀମାନେ ଈର୍ଷା କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଜନକଲ୍ୟାଣ କାର୍ଯ୍ୟରେ ମନୋନିବେଶ କରିବେ। ପ୍ରତିକାର– ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ।

କନ୍ୟା: ପଡ଼ୋଶୀଙ୍କ ବ୍ୟବହାରରେ ଖୁସି ହେବେ। ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରାସ୍ତାରେ ଯା’ଆସ ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର– କଦଳୀ ଗଛ ମୂଳରେ ଅଳ୍ପ ଗୁଡ଼ ଥୋଇ ଦିଅନ୍ତୁ।

ତୁଳା: ବିରୋଧୀମାନଙ୍କୁ ପରାସ୍ତ କରିବେ। ନିଜ ବୁଦ୍ଧିବଳରେ କାର୍ଯ୍ୟ ହାସଲ କରିବେ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇ-ଭଉଣୀଙ୍କ ସହ ଥିବା ବିବାଦର ଅନ୍ତ ଘଟିବ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଛା: ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରି ସଫଳ ହେବେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପ୍ରତିକାର– ମହୁ ଖାଇ ଘରୁ ବାହାରନ୍ତୁ।

ଧନୁ: ସନ୍ତାନଙ୍କୁ ନେଇ କିଛି ଭଲ ଖବର ଶୁଣିବେ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ମାନସମ୍ମାନ ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର: ପରିବାରରେ ସୁଖଶାନ୍ତି ବଜାୟ ରହିବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କେତେକ କ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ପ୍ରତିକାର– ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ।

କୁମ୍ଭ: ଶୁଭ ସମ୍ବାଦ ପାଇବେ। ଅଳ୍ପ ପରିଶ୍ରମ କରି କାର୍ଯ୍ୟ ହାସଲ କରିନେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଭଲ କରିବେ। ପ୍ରତିକାର– ନୀଳବସ୍ତ୍ର ପରିଧାନ କରନ୍ତୁ।

ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ପୁରାତନ ରୋଗରୁ ମୁକ୍ତି ପାଇବେ। ଆୟ ବଢ଼ିବ। ପ୍ରତିକାର– ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

The post ୨୭ ଫେବ୍ରୁଆରୀ, ଶନିବାର: ସହକର୍ମୀମାନେ ଈର୍ଷା କରିପାରନ୍ତି appeared first on Odisha Reporter.



from Odisha Reporter https://ift.tt/3b0BDOB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages