ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ

କୋଲକାତା: ବଢ଼ିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାଙ୍କ ଅଡୁଆ। ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପସିଲା ସିବିଆଇ। କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁ ପଚରାଉଚରା କରିବା ପାଇଁ ସମନ ଦେବାକୁ ତାଙ୍କ ଘରେ ଆଜି ସିବିଆଇର ଏକ ଟିମ ପହଞ୍ଚିଥିଲା।

ତଦନ୍ତକାରୀ ସଂସ୍ଥା ମୁତାବକ, କୋଇଲା ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ସମନ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ପଚରାଉଚରା କରାଯିବ। କୋଇଲା ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବାକୁ ତାଙ୍କୁ କୁହାଯାଇଛି।

କୋଇଲା ମାଫିଆ ନିୟମିତ ଭାବେ ବଙ୍ଗଳାର ଶାସକ ଟିଏମସିର ନେତାମାନଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ରହିଛି। ଏହି ଲାଞ୍ଚ ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ଚ୍ୟାନେଲ କରାଯାଇଥିଲା, ଯାହାର ତଦନ୍ତ ଚାଲିଛି।

ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ତଦନ୍ତକାରୀ ଟିମ୍ ଅଭିଷେକ ବାନାର୍ଜୀଙ୍କ ନିକଟ ସମ୍ପର୍କୀ ଏବଂ ବନ୍ଧୁବାନ୍ଧବଙ୍କ ଘରେ ଚଢ଼ାଉ କରି ସାରିଛି। ଗତବର୍ଷ ଡିସେମ୍ବର ୩୧ ତାରିଖରେ ତ୍ରୁଣମୂଳ ଯୁବ କଂଗ୍ରେସ ନେତା ବିନୟ ମିଶ୍ରଙ୍କ ଘର ଓ ଅଫିସ ସମେତ ଏକକାଳୀନ ୩ଟି ସ୍ଥାନରେ ସିବିଆଇ ରେଡ କରିଥିଲା। ବିନୟ ହେଉଛନ୍ତି ଅଭିଷେକଙ୍କ ଅତି ଘନିଷ୍ଠ । ସେ ଏହି ମାମଲାରେ ଫେରାର ଅଛନ୍ତି । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି।

ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର କୁନୁଷ୍ଟୋରିଆ ଏବଂ କାଜୋରିଆ କୋଇଲା ଅଞ୍ଚଳରୁ ବେଆଇନ ଖଣି ଖନନ ଏବଂ କୋଇଲା ଚୋରି ଘଟଣାର ତଦନ୍ତ ପାଇଁ ସିବିଆଇ ଗତ ବର୍ଷ ନଭେମ୍ବରରେ ଏକ ମାମଲା ରୁଜୁ କରିଥିଲା।

The post ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/3qGMKl8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages