ଚେନ୍ନାଇ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଏବେ ନଷ୍ଟ ହେବାକୁ ବସିଲାଣି। ତାମିଲନାଡୁରେ କରୋନା ଟିକାର ୨୫ ହଜାରରୁ ଅଧିକ ଡୋଜ୍ ନଷ୍ଟ ହୋଇଯାଇଥିବା ଖବର ମିଳିଛି। ରାଜ୍ୟରେ ଟିକା ନେବାକୁ ସ୍ୱାସ୍ଥ୍ୟକର୍ମୀ କିମ୍ବା ସମ୍ମୁଖ ଯୋଦ୍ଧା ଅଧିକ ଆଗ୍ରହ ଦେଖାଉନାହାନ୍ତି। ଫଳରେ ରାଜ୍ୟରେ ଟିକାର ଡୋଜ୍ ଗୁଡ଼ିକ ନଷ୍ଟ ହୋଇଥିବା ଜଣାପଡ଼ିଛି।
ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ କରୁଥିବା ଡିରେକ୍ଟୋରେଟ ଅଫ ପବ୍ଲିକ ହେଲଥ ପକ୍ଷରୁ କୁହାଯାଇଛି ଯେ ବୁଧବାର ସୁଦ୍ଧା ୧,୯୭,୧୧୪ ଲୋକଙ୍କୁ ଟିକା ଦିଆଯିବା ପରେ ୧୫% ଡୋଜ୍ ନଷ୍ଟ ହୋଇଯାଇଛି। ତାମିଲନାଡୁରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେବାକୁ ଆଦୌ ଆଗ୍ରହ ଦେଖାଉ ନାହାନ୍ତି। ତଥାପି ରାଜ୍ୟରେ ଅଧିକ ବୟସ୍କ ଓ କରୋନାରେ ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକମାନେ ଟିକାର ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଶେଷଜ୍ଞମାନେ ସାଧାରଣ ଲୋକଙ୍କର ଟିକାକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିଶେଷ କରି ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦିଆଯାଉ। ଏହା ଦ୍ୱାରା ଟିକାର ଡୋଜ୍ ନଷ୍ଟ ହେବନାହିଁ। ହଁ ଅନ୍ୟ କିଛି ଲୋକ ଆଗୁଆ ଟିକା ନେବାକୁ ଧାଡ଼ିକୁ ଚାଲି ଆସିବେ।
ସେ ଯାହା ବି ହେଉ ଟିକାର ଡୋଜ୍ ଗୁଡ଼ିକ ତ ଆଉ ନଷ୍ଟ ହେବନି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଦେଶ କରୋନା ଟିକାର ପ୍ରଥମ ଡୋଜ୍ ନେବାକୁ ଅପେକ୍ଷା କରି ରହିଛନ୍ତି। ହେଲେ ଭାରତରେ ଟିକାର ଡୋଜ୍ ନଷ୍ଟ ହେଉଛି ବୋଲି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡା ସୁବ୍ରମଣିୟନ ସ୍ୱାମୀନାଥନ କହିଛନ୍ତି।
ତାମିଲନାଡୁ ସରକାର କହିଛନ୍ତି, ଆମେ ସାଧାରଣ ଲୋକଙ୍କ ଟିକାକରଣ କରିବାକୁ ପ୍ରସ୍ତୁତ ରହିଛୁ। କେନ୍ଦ୍ର ସରକାର ଏହାର ଅନୁମତି ଦେବା ପରେ ଯାଇ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
The post ଏହି ରାଜ୍ୟରେ ନଷ୍ଟ ହୋଇଗଲା କରୋନା ଟିକାର ୨୫ ହଜାର ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3aWkQL8
No comments:
Post a Comment