ଧରାପଡ଼ିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ମହିଳାଙ୍କୁ କରୁଥିଲେ ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ଧରାପଡ଼ିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ମହିଳାଙ୍କୁ କରୁଥିଲେ ଟାର୍ଗେଟ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ କବଜାରେ ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍। ଦ୍ରୁତ ଗତିରେ ବୁଲେଟ ଓ ବାଇକ ଚଳାଇ ମହିଳାଙ୍କ ବେକରୁ ସୁନା ଚେନ ଓ ଭ୍ୟାନିଟ ବ୍ୟାଗ ଲୁଟ କରୁଥିବା ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ଗିରଫ ହୋଇଛି। ରାଉରକେଲା ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି।  ତା’ ନିକଟରୁ ପୁଲିସ ଗୋଟିଏ ବୁଲେଟ, ୧୦ଟି ମୋବାଇଲ, ଲୁଟ କରିଥିବା ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ, ଲୁଟେରା ଗ୍ୟାଙ୍ଗ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ଠାରୁ ଲୁଟ କରିବା ସହ ଆତଙ୍କ ସୃଷ୍ଟି କରିଥିଲେ। ଏମାନଙ୍କୁ ଧରିବା ପାଇଁ ରାଉରକେଲା ଏସପି ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରିଥିଲେ। ପରେ ସେକ୍ଟର-୭ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ଶନିବାର ରାତିରେ ଏହି ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ ଧରାପଡିଥିଲା। ପୁଲିସ ତାକୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

The post ଧରାପଡ଼ିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ମହିଳାଙ୍କୁ କରୁଥିଲେ ଟାର୍ଗେଟ appeared first on Odisha Reporter.



from Odisha Reporter https://ift.tt/37Wq1tR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages