ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ସହୀଦ ଯବାନଙ୍କୁ ମନେ ପକାଉଛି ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ସହୀଦ ଯବାନଙ୍କୁ ମନେ ପକାଉଛି ଦେଶ

ନୂଆଦିଲ୍ଲୀ: ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ପୁଲୱାମା ଆକ୍ରମଣକୁ ପୂରିଛି ୨ ବର୍ଷ।  ଜମ୍ମୁ କାଶ୍ମୀରର ପୁଲୱାମାରେ ୨୦୧୯ ଠିକ ଆଜିର ଦିନ ତଥା ଫେବ୍ରୁଆରୀ ୧୪ ତିରଖରରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏଥିରେ ୪୦ ଜଣ ଭାରତୀୟ ଯବନା ସହିଦ ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଏବଂ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ହାତ ଥିଲା।  ତେବେ ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତ ମଧ୍ୟ ପାକସ୍ତାନକୁ ଦେଇଥିଲା ମୁହଁତୋଡ ଜବାବ। ସୀମା ପାର ହୋଇ ବାଲାକୋଟରେ ପସି କରିଥିଲା ଏୟାରଷ୍ଟ୍ରାଇକ୍‌।

କେମିତି ହୋଇଥିଲା ଆତଙ୍କବାଦୀ ଆକ୍ରମଣ?

୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ପୁଲୱାମା ରାଜପଥରା ସିଆର୍‌ପିଏଫ୍‌ ଯବାନଙ୍କ ଗାଡି ଲମ୍ବା ଲାଇନ ହୋଇଚାଲିଥିଲା। ୭୮ଟି ବସ୍‌ରେ ଟ୍ରାଞ୍ଜିଟ କ୍ୟାମ୍ପରୁ ପ୍ରାୟ ଅଢ଼େଇ ହଜାର ଯବାନ ଫେରୁଥିଲେ। ଏତିକି ବେଳେ ହଠାତ୍‌ ଯବାନଙ୍କ ବସ୍‌କୁ ଏକ ଆର୍‌ଡିଏକ୍ସ ବୋଝେଇ କାର୍‌ ଧକ୍କା ଦେଇଥିଲା। ଆଖି ପିଛୁଳାକେ ୱୁ କିଛି ହୋଇଯାଇଥିଲା ଖିନଭିନ୍‌। ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣେ ଘଟଣାସ୍ଥଳରେ ହିଁ ୪୦ ସିଆର୍‌ପିଏଫ୍‌ ଯବାନ ଟଳି ପଡିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡି ହୋଇ ବିଛାଡି ପଡିଥିଲା।  ରାଜରାସ୍ତାରେ ଖେଳିଥିଲା ରକ୍ତର ନଦୀ। ପରିଚୟ ତ ଦୂରର କଥା ମୃତଦେହ ମଧ୍ୟ ଭଲଭାବେ ମିଳିନଥିଲା। ସବୁ କିଛି ହୋଇଯାଇଥିଲା ଛିନଭିନ। ଏହି ଘଟଣା ପରେ ସାରା ଦେଶ ଶୋକରେ ବୁଡି ଯାଇଥିଲା।

ବାଲାକୋଟ ଏୟାରଷ୍ଟ୍ରାଇକ୍‌

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀ ଆକ୍ରମଣ ଘଟଣାର ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୭ ତାରିଖରେ ପାକ୍ ବାୟୁସେନା ଜମ୍ମୁକାଶ୍ମୀରର ସୈନ୍ୟ ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା । ମାତ୍ର ଭାରତୀୟ ବାୟୁସେନା ସେହି ଉଦ୍ୟମକୁ ବିଫଳ କରିଦେଇଥିଲା । ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମିଗ୍ ୨୧ ବିମାନ ପାକ୍ ବାୟୁସେନାର ଏଫ-୧୬କୁ ଧ୍ୱଂସ କରିଥିଲେ ।

ପୁଲୱାମା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଥିଲା। ୟୁନାଇଟେଡ ନେସନ ସମେତ ପୁରା ବିଶ୍ୱ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀ ବିରୁଧରେ ଭାରତର ଲେଢ଼ଇକୁ ସମର୍ଥନ କରିବା ପାଇଁ ଘୋଷଣା କରିଥିଲା । ଚୀନ ମଧ୍ୟ ଏଥିରେ ସମର୍ଥନ ଜଣାଇଥିଲା। ସେପଟେ ଏହି ଆକ୍ରମଣ ପରେ ଭାରତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଆଜହରକୁ ବିଶ୍ୱ ଆତଙ୍କବାଦୀ ଘୋଣା କରିବାକୁ ପ୍ରୟାସ ଆରମ୍ଭ କରିଥିଲା।  ଶେଷରେ ମେ’ ୧ ତାରିଖରେ ଏହି ପ୍ରୟାସ ସଫଳ ହୋଇଥିଲା।

The post ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ସହୀଦ ଯବାନଙ୍କୁ ମନେ ପକାଉଛି ଦେଶ appeared first on Odisha Reporter.



from Odisha Reporter https://ift.tt/3ajYynw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages