ନୂଆଦିଲ୍ଲୀ: ଦୀନ ଦୟାଲ ଉପାଧ୍ୟାୟଙ୍କ ୫୩ତମ ତିରୋଧନ ଦିବସରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ବୟାନ ଦେଇଛନ୍ତି। ବିଜେପି କେବେ ହେଲେ ରାଜୀନିକ ଅଛୁଆଁ ଭେଦଭାବରେ ବିଶ୍ୱାସ କରେନାହିଁ। ଦେଶ ଚାଲିବାକୁ ହେଲେ ସହମିତିର ମୂଲ୍ୟକୁ ବୁଝିବାକୁ ପଡ଼େ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେପି ସାଂସଦମାନଙ୍କୁ ସେ ସମ୍ବୋଧନ କରି କହିଛନ୍ତି, ଆମ ଦଳ ସବୁବେଳେ ରାଜନୀତି ଉପରେ ରାଷ୍ଟ୍ରନୀତିକୁ ରଖିଥାଏ। ଏପରି କି ନିଜର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ମାନ ମଧ୍ୟ ଜଣାଏ। ବର୍ତ୍ତମାନ ଦେଶରେ ଯେତେବେଳେ ଏକାଧିକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି ସେତେବେଳେ ସବୁ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି।
ଆମ ଦେଶର ମହାନ ବ୍ୟକ୍ତିବିଶେଷଙ୍କ ସ୍ୱପ୍ନକୁ ଆମେ ପୂରଣ କରିପାରିଥିବାରୁ ଆଜି ଆମେ ଗର୍ବିତ। ଆମ ଆଦର୍ଶ ଦେଶଭକ୍ତିରୁ ଅନୁପ୍ରାଣିତ। ଏହା ଦେଶର ସ୍ୱାର୍ଥ ପାଇଁ ଜରୁରୀ। ଆମ ରାଜନୀତିରେ ସର୍ବଦା ରାଷ୍ଟ୍ରନୀତିର ଗୁରୁତ୍ୱ ରହିଛି। ବର୍ତ୍ତମାନ ସରକାର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ଭେଟରାନ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ଦେଇଛି।
ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅନ୍ୟତମ ହେଭିୱେଟ ତଥା ଆସାମର ପୂର୍ବତନନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଓ ନ୍ୟାଗାଲ୍ୟାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସସି ଜମିରଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛି। ଆମେ ରାଜନୀତିରେ ସହମତିର ମୂଲ୍ୟକୁ ଅଧିକ ଗୁରୁତ୍ୱ ଦେଇଥାଉ।
ମୁଁ ସଂସଦରେ କହିଥିଲେ ଯେ ସରକାର ଚଳାଇବା ପାଇଁ ସଂଖ୍ୟା ଗରିଷ୍ଠତାର ଆବଶ୍ୟକ ରହିଛି। ହେଲେ ଦେଶ କେବଳ ସହମତି ଭିତ୍ତିରେ ଚାଲିଥାଏ। ଆମେ ଏଠାକୁ କେବଳ ସରକାର ଚଳାଇବାକୁ ଆସିନାହୁଁ। ଦେଶକୁ ଆଗକୁ ନେବାକୁ ଆମେ ଏଠାକୁ ଆସିଛୁ। ଆମେ ପରସ୍ପର ସହ ନିର୍ବାଚନରେ ଲଢ଼ୁଛୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପରସ୍ପରକୁ ସମ୍ମାନ କରୁନାହୁଁ।
ଆମ ସରକାର ଦେଶର ମହାନ ବ୍ୟକ୍ତି ସୁଭାଷ ଚନ୍ଦ୍ର ବୋଷ, ବିଆର ଆମ୍ବେଦକର ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛୁ। ତାଙ୍କ ସମ୍ମାନ ଯେମିତି ହାନୀ ନ ହେବ, ତା’ର ବ୍ୟବସ୍ଥା ମଧ୍ୟ କରିଛୁ। ଦୀନ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶକ୍ରମେ ଜନ ସଂଘ ଗଠନ ହୋଇଥିଲା।
ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପାଧ୍ୟାୟଙ୍କ ଅନ୍ତୋଦୟ ଓ ମାନବିକତା ଆଦର୍ଶ ଦ୍ୱାରା ଅନୁପ୍ରାଣିତ। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଦେଶର ଅର୍ଥନୀତିକୁ ବୁଷ୍ଟ କରିବ। ଭାରତ ସବୁବେଳେ ଦେଶ ପ୍ରଥମ ନୀତିକୁ ଗୁରୁତ୍ୱ ଦେଇଥାଏ। ସେଥିପାଇଁ ଆତ୍ମନିର୍ଭର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ପଛରେ ମଧ୍ୟ ଦୀନ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶ ରହିଛି।
୧୯୬୫ ମସିହା ଭାରତ-ପାକ୍ ଯୁଦ୍ଧ ବେଳେ ଅସ୍ତ୍ରଶସ୍ତ୍ର ପାଇଁ ଦେଶ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରୁଥିଲା। ଦୀନ ଦୟାଲଜୀ କହିଥିଲେ ଯେ ଆମେ ଏମିତି ଏକ ଭାରତ ଗଠନ କରିବା, ଯେଉଁଠାରେ କେବଳ କୃଷି କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବାନାହିଁ ବରଂ ପ୍ରତିରକ୍ଷା ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ହୋଇପାରିବା। ଆଜି ଭାରତରେ ପ୍ରତିରକ୍ଷା କରିଡର ତିଆରି କରାଯାଇଛି। ମେଡ୍ ଇନ ଇଣ୍ଡିଆ ଅସ୍ତ୍ର ଓ ଯୁଦ୍ଧ ଜାହାଜ ତେଜସ ଆମ ପାଖରେ ରହିଛି।
ବିଜେପି ୟୁନିଟ ୭୫ଟି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କରୁ। କାରଣ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି ବୋଲି ମୋଦି କହିଛନ୍ତି।
The post ସରକାର ସଂଖ୍ୟାରେ ଚାଲେ, କିନ୍ତୁ ଦେଶ ସହମତି ଭିତ୍ତିରେ: ବିଜେପି ସାଂସଦଙ୍କୁ କହିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/3rLICQG
No comments:
Post a Comment