ନୂଆଦିଲ୍ଲୀ:ପେଟ୍ରୋଲ, ଡିଜେଲ ଦର ଏବେ ଉପରମୁହାଁ ଥିବା ବେଳେ ବହୁ ସ୍ଥାନରେ ଏହା ଶହେ ପାର୍ କରି ସାରିଲାଣି। ଦାମ୍ ଯାହା ହେଉନା କାହିଁକି ଏପରି ସ୍ଥିତିରେ ଘରୁ ବାହାରିବାକୁ ହେଲେ ଗାଡ଼ିରେ ତେଲ ପକାଇବାକୁ ପଡ଼ୁଛୁ। ଏହା ସବୁ ବର୍ଗର ଲୋକଙ୍କୁ ବାଧୁଥିଲେ ମଧ୍ୟ ଉପାୟ କିଛି ନାହିଁ। ଏପରି ସ୍ଥିତିରେ ବୁନ୍ଦାଏ ତେଲ ବି ଛାଡ଼ିବା ମୁଡ଼ରେ ନାହାନ୍ତି ଗ୍ରାହକ। ଏପରି ଏକ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।
ଏପରି ଏକ ଭିଡିଓକୁ ଜଣେ ଟ୍ୱିଟର ୟୁଜର ଶେଆର କରିବା ଏହାର କ୍ୟାପସନ୍ରେ ଲେଖିଛନ୍ତି ଗୋଟିଏ ଗୋଟିଏ ବୁନ୍ଦା ତେଲର ଦାମ୍ ତମେ କିପରି ଜାଣିବ ରମେଶ ବାବୁ। ଏହା ଏବେ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ କାର୍ରେ ପେଟ୍ରୋଲ ଭର୍ତ୍ତି କରୁଛନ୍ତି। ପମ୍ପ କର୍ମଚାରୀଜଣକ ତେଲ ଭରି ସାରିବା ପରେ ପେଟ୍ରୋଲ ନୋଜାଲକୁ ହଟାଇବାକୁ ଚେଷ୍ଟା କଲା ବେଳେ ଗ୍ରାହକଜଣକ ଏହାକୁ ମାଡ଼ି ବସିଥିଲେ। ଏହାପରେ କର୍ମଚାରୀଙ୍କ ହାତରୁ ସେ ପାଇପ୍ଟିକୁ ନେଇ ସେଥିରେ ଥିବା ପ୍ରତିଟି ବୁନ୍ଦାକୁ ନିଜ କାର୍ର ଟାଙ୍କି ଭିତରେ ପଶାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ସେ ଏହାର ଶେଷ ବୁନ୍ଦା ନିଗିଡ଼ିବା ପର୍ଯ୍ୟନ୍ତ ପାଇପ୍କୁ ମଧ୍ୟ ଟେକିକି ରଖିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ତେଲ ରେଟ୍ ଯେପରି ଦିନକୁ ଦିନ ଲଗାମଛଡ଼ା ହେଉଛି ଆଗକୁ ଯେ ଅନ୍ୟମାନେ ଏପରି ନ କରିବେ ସେ ନେଇ କେହି କହିପାରିବେ ନାହିଁ।
एक-एक बूंद तेल की कीमत तुम क्या जानो रमेश बाबू….
@sushant_says @MonikaSingh__ @BhagalSanju @ReallySwara @BramhRakshas pic.twitter.com/a167cn2FBi— Rajesh Pandey (@RJPandeY_) February 18, 2021
The post ଗୋଟେ ଗୋଟେ ବୁନ୍ଦା ତେଲର ଦାମ୍ ତମେ କ’ଣ ଜାଣିବ… appeared first on Odisha Reporter.
from Odisha Reporter https://ift.tt/3aCro2G
No comments:
Post a Comment