ମାହାଙ୍ଗା ଡବଲ ମର୍ଡର; ମିଳିଲା ମୁଖ୍ୟ ଅଭିଯୁକ୍ତଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ମାହାଙ୍ଗା ଡବଲ ମର୍ଡର; ମିଳିଲା ମୁଖ୍ୟ ଅଭିଯୁକ୍ତଙ୍କ ମୃତଦେହ

କଟକ(ଓଡ଼ିଶା ରିପୋର୍ଟର) : କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିବା ପରଠୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଥିଲା। ଆଜି ପରିବାର ଲୋକେ ଟାଙ୍ଗୀ ପୁଲିସ୍‌ ଉପସ୍ଥିତିରେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତକ ପ୍ରଫୁଲ୍ଲ ବିଶ୍ୱାଳ ବୋଲି ଚିହ୍ନଟ କରିଛନ୍ତି।

ଘଟଣା ପରଠୁ ପ୍ରଫୁଲ୍ଲ ଫେରାର ଥିବା ବେଳେ ତାଙ୍କ ପତ୍ତା ପାଉ ନ  ଥିଲା ପୁଲିସ୍‌। ତେବେ ତାଙ୍କୁ ଟାଙ୍ଗୀ ଅଞ୍ଚଳରେ ଗତ ରାତିରେ ଏକ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଥିଲା ।  ଏହାପରେ ଟାଙ୍ଗୀ ଗୋବିନ୍ଦପୁରରୁ  ପୁଲିସ୍‌ ମୃତଦେହ ସହ ବାଇକ୍ ଓ ମୋବାଇଲ୍ ଜବତ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌। ହେଲେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ଗୋବିନ୍ଦପୁର ନିକଟରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୁଲିସ୍ ମୃତଦେହକୁ ଜବତ କରି କଟକ ଏସ୍‌ସିବିରେ ରଖିଛି। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା। ମୃତଦେହ ଚିହ୍ନଟ ନିମନ୍ତେ ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କୁ ଡକାଯାଇଥିଲା। ସେମାନେ ପହଞ୍ଚିବା ପରେ ତାହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସ୍ପଷ୍ଟ ହୋଇସାରିଛି।

ସୂଚନାଯୋଗ୍ୟ, ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାରେ ପୂର୍ବରୁ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି। ତେବେ ଏହା ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହାକୁ ନେଇ ସସ୍‌ପେପ୍ସ ଲାଗି ରହିଛି।

 

The post ମାହାଙ୍ଗା ଡବଲ ମର୍ଡର; ମିଳିଲା ମୁଖ୍ୟ ଅଭିଯୁକ୍ତଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2YQHJdy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages