ପୁରୀ(ଓଡ଼ିଶା ରିପୋର୍ଟର): ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି କଙ୍ଗନା ।
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।
ଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କଲେ କଙ୍ଗନା । ଏଥିସହ କହିଲେ, ବର୍ଷ ଆରମ୍ଭରୁ ଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି। ବିଶ୍ୱବାସୀଙ୍କ ଲାଗି ଚଳିତବର୍ଷଟି ଶୁଭମୟ ହେଉ। କଙ୍ଗନା ପୂର୍ବରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଇଚ୍ଛା ପ୍ରକଟ କରିଥିବା ବେଳେ ଆଜି ତାଙ୍କର ଏହି ଇଚ୍ଛା ପୂରଣ ହୋଇଥିବାରୁ ନିଜକୁ ବେଶ୍ ଭାଗ୍ୟଶାଳୀ ମନେ କରିଛନ୍ତି।
The post ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା appeared first on Odisha Reporter.
from Odisha Reporter https://ift.tt/3s4uBxO
No comments:
Post a Comment