ଡେଥ୍‌ ୱାରେଣ୍ଟ ଜାରି ପରେ ପୁଣି ଥରେ କ୍ଷମା ପ୍ରାର୍ଥନା କଲେ ସବନମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ଡେଥ୍‌ ୱାରେଣ୍ଟ ଜାରି ପରେ ପୁଣି ଥରେ କ୍ଷମା ପ୍ରାର୍ଥନା କଲେ ସବନମ୍‌

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶର ଜଣେ ମହିଳା କଏଦୀ ସବନମ୍‌ ଫାଶୀ ଦଣ୍ଡାଦେଶ ପାଇଥିବା ବେଳେ ବଞ୍ଚିବା ପାଇଁ  କରିଛନ୍ତି ଆଉ ଏକ ପ୍ରୟାସ । ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି । ୟୁପି ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ପାଖକୁ ଡେଥ୍ ୱାରେଣ୍ଟ ପଠାଯାଇଥିବା ବେଳେ ସେ କିନ୍ତୁ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି ସବନମ୍‌। ପୂର୍ବରୁ ରାଷ୍ଟ୍ରପତିଙ୍କ  ତାଙ୍କ ରାଜକ୍ଷମା ଆବେଦନକୁ ଖାରଜ କରି ସାରିଛନ୍ତି।  ସବନମ୍‌ଙ୍କୁ  ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି।

ସବନମ୍‌ ଓ ତାଙ୍କ ପ୍ରେମିକ ସଲିମ୍‌ଙ୍କୁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିବା ବେଳେ ଉଭୟଙ୍କୁ ଫାଶି ଦେବାକୁ ଆଗ୍ରା ଜେଲ୍‌ରେ ବ୍ୟବସ୍ଥା ହୋଇଛି । ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜହ୍ଲାଦ୍ ଆଗ୍ରା ଜେଲ୍‌କୁ ଯାଇ ସ୍ଥିତି ପରଖିଛନ୍ତି । ପୁରା ରାଜ୍ୟରେ ମଥୁରାରେ ହିଁ କେବଳ ମହିଳାଙ୍କୁ ଫାଶି ଦେବା ବ୍ୟବସ୍ଥା ଥିବାରୁ ସେଠାରେ ପ୍ରସ୍ତୁତି  ଆରମ୍ଭ ହୋଇଛି । ବକ୍ସରରୁ ଜହ୍ଲାଦ୍ ଅଣାଯିବାକୁ ଯୋଜନା କରାଯାଇଛି ।

ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇ ସବନମ୍‌ ନିଜ ପ୍ରେମିକ ସହ ୭ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ । ଏଭଳି ଏକ ଘୂର୍ଣ୍ଣ କାମ କରିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କଡ଼ା ଦଣ୍ଡ ବିଧାନ ଦାବି କରିଛନ୍ତି ସେମାନେ।  କିନ୍ତୁ ସବନମ୍‌ଙ୍କୁ କ୍ଷମା କରି ଦିଆଯାଉ ବୋଲି ନିବେଦନ କରିଛନ୍ତି ତାଙ୍କ ପୁଅ ।

The post ଡେଥ୍‌ ୱାରେଣ୍ଟ ଜାରି ପରେ ପୁଣି ଥରେ କ୍ଷମା ପ୍ରାର୍ଥନା କଲେ ସବନମ୍‌ appeared first on Odisha Reporter.



from Odisha Reporter https://ift.tt/3s7n1T3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages