୧୫୦ ଛାତ୍ରଛାତ୍ରୀ ଓ ୩୪ ଶିକ୍ଷକ,ଶିକ୍ଷୟିତ୍ରୀ କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

୧୫୦ ଛାତ୍ରଛାତ୍ରୀ ଓ ୩୪ ଶିକ୍ଷକ,ଶିକ୍ଷୟିତ୍ରୀ କରୋନା ପଜିଟିଭ୍

ତିରୁଅନନ୍ତପୁରମ: କେରଳର ମାଲାପୁରମର ମାରାନଚେରୀସ୍ଥିତ ଏକ ସରକାରୀ ସ୍କୁଲ୍‌ର ୧୫୦ ଜଣ ଛାତ୍ରଛାତ୍ରୀ ଓ ୩୪ ଜଣ ଶିକ୍ଷକଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହି ସ୍କୁଲ୍‌ର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବ ପରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଶିକ୍ଷକଙ୍କ ସମେତ ମୋଟ ୬୮୪ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ୧୫୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର। କିନ୍ତୁ ସେମାନଙ୍କ ମଧ୍ୟରୁ କାହାଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳି ନଥିଲା।

ଏହି ସ୍କୁଲ୍‌ରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ରହିଛି। ତେବେ ସେମାନଙ୍କର କରୋନା ପରୀକ୍ଷା କରାଯାଇ ନାହିଁ। କିନ୍ତୁ ସେମାନଙ୍କର ବି କରୋନା ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତିସୁର ଜିଲ୍ଲାରୁ ମଧ୍ୟ ପିଲାମାନେ ଏହି ସ୍କୁଲ୍‌ରେ ପଢୁଛନ୍ତି। ତେଣୁ ଏବେ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ସମସ୍ତ ସ୍କୁଲ୍‌ରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ୧୫୦ ଛାତ୍ରଛାତ୍ରୀ ଓ ୩୪ ଶିକ୍ଷକ,ଶିକ୍ଷୟିତ୍ରୀ କରୋନା ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/36SruRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages