ହିନ୍ଦୁସ୍ତାନୀ ମୁସଲିମ ହୋଇଥିବାରୁ ଗର୍ବ କରୁଛି: ଗୁଲାମ ନବୀ ଆଜାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ହିନ୍ଦୁସ୍ତାନୀ ମୁସଲିମ ହୋଇଥିବାରୁ ଗର୍ବ କରୁଛି: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧୫ ତାରିଖରେ ଶେଷ ହେବ। ସେ ଆଜି ଗୃହରେ ଅବସରକାଳୀନ ଉଦବୋଧନ ଦେବା ବେଳେ ବଡ଼ କଥା କହିଛନ୍ତି। ପାକିସ୍ତାନ ନ ଯାଇ ଭାରତରେ ରହିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଓ ହିନ୍ଦୁସ୍ତାନୀ ମୁସଲିମ ଭାବେ ପରିଚୟ ହାସଲ କରିବା ଗର୍ବର କଥା ବୋଲି ଆଜାଦ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି।

ସେ ରାଜ୍ୟସଭାରେ କହିଛନ୍ତି, “ମୁଁ ସବୁବେଳେ ଭାବେ ଯେ ଭାରତ ହେଉଛି ସ୍ୱର୍ଗ। ମୁଁ ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିଲି। ପାକିସ୍ତାନ ଯାଇ ନଥିବା କିଛି ଭାଗ୍ୟଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୁଁ ଅନ୍ୟତମ। ମୁଁ ସବୁବେଳେ ହିନ୍ଦୁସ୍ତାନୀ ମୁସଲିମ ହୋଇଥିବାରୁ ଗର୍ବ ଅନୁଭବ କରେ।”

ସେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଥିବାବେଳେ ଉପତ୍ୟକାରେ ଆତଙ୍କବାଦୀ ହମଲା ହୋଇଥିଲା। ସେହି ଦୁଃଖଦ କଥାକୁ ମନେ ପକାଇ ଆଜାଦ କହିଛନ୍ତି, ମୁଁ ସବୁବେଳେ ଆତଙ୍କବାଦ ଓ ଆତଙ୍କବାଦୀ ଦେଶରୁ ଲୋପ ପାଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ। ଯଦି ବିଶ୍ୱରେ କେଉଁ ମୁସଲିମ ଗର୍ବ କରିଥାଆନ୍ତି, ତା’ହେଲେ ସେମାନେ ହେଲେ ଭାରତୀୟ ମୁସଲିମ।

ବିଗତ କିଛି ବର୍ଷ ମଧ୍ୟରେ ଆମେ ସମସ୍ତେ ଦେଖିଛୁ ଯେ ଆଫଗାନିସ୍ତାନ ଓ ଇରାକ ଭଳି ମୁସଲିମ ବହୁଳ ରାଷ୍ଟ୍ର କେମିତି ଧ୍ୱଂସ ହୋଇଯାଇଛନ୍ତି। ସେଠାରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଲୋକ ନାହାନ୍ତି। ସେଠାରେ ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି। ହେଲେ ଆମ ଭାରତ ସବୁବେଳେ ସ୍ୱର୍ଗ ହୋଇ ରହିଛି।

ମୁଁ ଏହି ସଂସଦରୁ ଅନ୍ୟ କିଛି ଶିକ୍ଷାଲାଭ କରିଛି। ଇନ୍ଦିରାଜୀ କେମିତି ଅଟଳଜୀଙ୍କ ସହ କଥା ହୁଅନ୍ତି, ସେକଥା ସବୁବେଳେ ଆମକୁ କୁହନ୍ତି। ସେକଥାକୁ କେବେ ବି କେହି ଭୁଲି ହେବ ନାହିଁ। ଗୃହର ବିରୋଧୀ ଦଳ ନେତା କେମିତି ହେବା ଦରକାର, ସେକଥା ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଶିଖିଛି। ସେ ସବୁ କଥା ଅତି ସହଜ କରି ଦିଅନ୍ତି।

ମୁଁ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ବେଳେ ଶିକ୍ଷା, ଭିତ୍ତିଭୂମି ଓ ପଲିସିଗୁଡ଼ିକ କଥା ଉଠାଇଛି। ମୁଁ ମୋର ସହଯୋଗୀ ମାନଙ୍କୁ କହିବାକୁ ଚାହେଁ ଯେ ଆମେ କିଛି ଦିନ କୌଣସି ବିଷୟରେ ବିତର୍କ କରିବା, ଆଉ କିଛି ଦିନ ଆଲୋଚନା କରିବା ଓ ଆଇନକୁ ସବୁଦିନ ପାଇଁ ଅଟକାଇ ରଖିବା ନାହିଁ ବୋଲି ସେ କହିଛନ୍ତି। ଏଥିସହ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ଆଜାଦ ୨୦୧୪ ଜୁନ୍ ୮ରେ ରାଜ୍ୟସଭାର ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୧ ଫେବୃଆରୀ ୧୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟସଭାରେ ଆଜାଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ। ଏପରି କି ସେ ତାଙ୍କର ପ୍ରଶଂସା କରିବା ବେଳେ କାନ୍ଦି ମଧ୍ୟ ପକାଇଥିଲେ।

The post ହିନ୍ଦୁସ୍ତାନୀ ମୁସଲିମ ହୋଇଥିବାରୁ ଗର୍ବ କରୁଛି: ଗୁଲାମ ନବୀ ଆଜାଦ appeared first on Odisha Reporter.



from Odisha Reporter https://ift.tt/3rAyY3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages