ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ

ପୁରୀ (ଓଡ଼ିଶା ରିପୋର୍ଟର): କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି, ହେଲେ ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ଶ୍ରୀ ପଟେଲ କହିଛନ୍ତି, ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ ସର୍ବସାଧାରଣ ନୋଟିସ୍ କାଏମ ରହିଛି।

NMAର ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ହେବା ପରେ ଆଜି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ସେବାୟତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀଙ୍କ ସମେତ ରାଜ୍ୟବିଜେପିର କିଛି ନେତା। ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ।

ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ପୁରୀରେ NMA ଟିମ୍ ପରିଦର୍ଶନ କରିଥିଲେ। ସେହି ସମୟରେ ରାଜ୍ୟ ସରକାର ଏନଏମଏକୁ ଭମ୍ରିତ କରିଥିଲେ। ଚଳନ୍ତି ପ୍ରତିମା ପୂଜା ପାଉଥିବା ଅଞ୍ଚଳ ମନ୍ୟୁମେଣ୍ଟ ଶ୍ରେଣୀରେ କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି। ଗୋଲକଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ବିଭିନ୍ନ ବର୍ଗରୁ ବିରୋଧ ପରେ ମଙ୍ଗଳବାର ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ତାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ଆଜି ବିଜେଡି ସାଂସଦ ମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।

The post ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ appeared first on Odisha Reporter.



from Odisha Reporter https://ift.tt/2MFR1GR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages