ନୂଆଦିଲ୍ଲୀ: ପ୍ୟାଙ୍ଗଙ୍ଗରୁ ପଛକୁ ହଟିଲା ଚୀନ କିନ୍ତୁ ରୁତଗରେ ବଢ଼ାଇଲା ଶିବିର। ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଛି ଡ୍ରାଗନ। ତାଜା ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚୀନର ଚାଲାକି ଧରାପଡିଛି।
ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି। ପ୍ୟାଙ୍ଗଙ୍ଗ ହ୍ରଦଠାରୁ ରୁତଗ ପ୍ରାୟ ୧୦୦ କିଲୋମିଟର ଏବଂ ମାଲଡାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ।
ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି। ଫଟୋରେ ଦେଖିବାକୁ ମିଳିଛି ଯେ, ରୁତଗ ଅଞ୍ଚଳରେ ଚୀନ ଅନେକ ପ୍ରସ୍ତୁତି କରିଛି। ସୈନ୍ୟମାନଙ୍କ ପାଇଁ ଷ୍ଟୋରେଜ ଏରିଆ, ଟେଣ୍ଟ, କ୍ୟାବିନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। କେବଳ ସେତିକି ନୁହେଁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେନାଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ତିଆରି କରିଛି ଡ୍ରାଗନ ।
୨୦୧୯ରୁ ହିଁ ରୁତଗର ଏହି ଅଞ୍ଚଳରେ ଚୀନ ସେନା ତା’ର ଗତିବିଧି ବଢ଼ାଇଛି। ଉକ୍ତ ଅଞ୍ଚଳରେ ଚୀନ ତା’ର ରାଡାର ସିଷ୍ଟମ, ଭୂପୃଷ୍ଟରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ, ହେଲିପୋର୍ଟ, ଟ୍ୟାଙ୍କ ଏବଂ ଡ୍ରିଲ ଭଳି ଅନେକ କ୍ଷେପଣାସ୍ତ୍ର ରଖିଛି। ଚୀନ ସୈନ୍ୟଙ୍କ ଦ୍ୱାରା ଏହି ଅଞ୍ଚଳରେ ଛୋଟ ଛୋଟ କୁଡିଆ ତିଆରି କରାଯାଇଛି। ଏହି କୁଡିଆ ଘରେ ସୈନିକମାନଙ୍କୁ ଡ୍ରାଗନ ଲୁଚାଇ ରଖିଛି।
କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳରୁ ନଗାରୀ ପର୍ଯ୍ୟନ୍ତ ଯିବା ପାଇଁ ବିମାନ ଏବଂ ସଡକ ମାର୍ଗ ମଧ୍ୟ ତିଆରି ହୋଇଛି। ଫଳରେ ଭବିଷ୍ୟତରେ ଏହି ମାର୍ଗ ଦେଇ ଚୀନ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି।
ସେପଟେ ଏହାକୁ ଜଣେ ପ୍ରତିରକ୍ଷା ବିଶେଷଜ୍ଞମାନ କହିଛନ୍ତି ଯେ, ଚୀନର ଏଭଳି ଗତିବିଧିକୁ ଦେଖି ସନ୍ଦେହ କରାଯାଉଛି ଯେ, ଆଗାମୀ ଦିନ ଚୀନ ବଡ ସଂଖ୍ୟାରେ ସୈନିକମାନଙ୍କୁ ଏକଜୁଟ କରିପାରେ । ତେଣୁ ଭାରତ ମଧ୍ୟ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଯଦି ଚୀନ କିଛି ବି ବିବାଦୀୟ ପଦକ୍ଷେପ ନିଏ ତେବେ ଭାରତ ଏହାର ମୁହଁତୋଡ ଜବାବ ଦେବା ବୋଲି ସେ କହିଛନ୍ତି।
The post ପ୍ୟାଙ୍ଗଙ୍ଗରୁ ହଟିଲା, ରୁତଗରେ ଶିବିର ବଢ଼ାଇଲା ଚୀନ୍ appeared first on Odisha Reporter.
from Odisha Reporter https://ift.tt/2P2NMdg
No comments:
Post a Comment