ଅଣ୍ଡା ଚାହିଦା କମୁଛି, ମାଂସ ବଢ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ଅଣ୍ଡା ଚାହିଦା କମୁଛି, ମାଂସ ବଢ଼ୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁଣ୍ଡପିଛା ଅଣ୍ଡା ଚାହିଦା କମିବାରେ ଲାଗିଥିବାବେଳେ ମାଂସ ଓ କ୍ଷୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୨-୧୩ ଆର୍ଥିକ ବର୍ଷରେ ମୋଟ ୨୩,୨୨୯ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିବାବେଳେ ୨୦୧୯-୨୦ରେ ୨୩,୮୨୪ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି। ତେବେ ୨୦୧୯-୨୦ରେ ବାର୍ଷିକ ମୁଣ୍ଡପିଛା ୫୦ଟି ଅଣ୍ଡା ଉପଲବ୍ଧ ହେଉଥିବାବେଳେ ୨୦୧୧-୧୨ରେ ଏହା ୫୪ ଥିଲା।

୨୦୧୭-୧୮ରେ ୨୦,୫୦୦ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୨୩, ୪୫୨ଲକ୍ଷ ଓ ୨୦୧୯-୨୦ରେ ୨୩, ୮୧୪ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି।

ଅନ୍ୟପକ୍ଷରେ ୨୦୦୯-୧୦ରେ ରାଜ୍ୟରେ ମୁଣ୍ଡପିଛା ବାର୍ଷିକ ୩.୦୬ କିଲୋ ମାଂସ ଉପଲବ୍ଧ ହେଉଥିବାବେଳେ ୨୦୧୪-୧୫ରେ ଏହା ୩.୬୬କିଲୋ ଏବଂ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ମୁଣ୍ଡପିଛା ବାର୍ଷିକ ୪.୩୧ କିଲୋକୁ ବୃଦ୍ଧି ପାଇଛି।

୨୦୦୭-୧୮ରେ ୧୮୩.୪୨,୦୦୦ ମେଟ୍ରିକ ଟନ୍ ମାଂସ ରାଜ୍ୟରେ ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୨୦୩,୦୦,୦୦୦ମେଟ୍ରିକ ଟନ୍ ଏବଂ ୨୦୧୯-୨୦ରେ ଏହା ୨୦୫,୧୮,୦୦୦ ମେଟ୍ରିକ ଟନ୍ ମାଂସ ଉତ୍ପାଦନ ହୋଇଛି।

ସେହିପରି ରାଜ୍ୟରେ ମିଳୁଥିବା ମୋଟ କ୍ଷୀର ମଧ୍ୟରୁ ଗାଈ କ୍ଷୀର ୯୧% ଓ ମଈଁଷି କ୍ଷୀର ୯ ପ୍ରତିଶତ ରହିଛି। ୨୦୧୨-୧୩ରେ ମୁଣ୍ଡପିଛା କ୍ଷୀର ଦୈନିକ ୧୧୩ଗ୍ରାମ ଥିବାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇଁ ଦୈନିକ ମୁଣ୍ଡପିଛା ୧୩୬ ଗ୍ରାମରେ ପହଂଚିଛି।

୨୦୧୮-୧୯ରେ କ୍ଷୀର ଉତ୍ପାଦନ ୨୩୧୧,୦୦୦ ମେଟ୍ରିକ ଟନ୍ ଓ ୨୦୧୯-୨୦ରେ ୨୩୭୦,୦୦୦ ମେଟ୍ରିକ ଟନ୍ କ୍ଷୀର ଉତ୍ପାଦିତ ହୋଇଛି।

The post ଅଣ୍ଡା ଚାହିଦା କମୁଛି, ମାଂସ ବଢ଼ୁଛି appeared first on Odisha Reporter.



from Odisha Reporter https://ift.tt/3uiF9vf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages