ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ପୁଣି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ପୁଣି ଗିରଫ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣି ଗିରଫ ହୋଇଛନ୍ତି। ୨ ବର୍ଷ ତଳେ ଏକ ଅପହରଣ ମାମଲାରେ ଗିରଫ ହୋଇଥିବା ସନ୍ତୋଷ ଗୁରାଣ୍ଡି ଏବେ ଜଣେ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଠିକାକାମକୁ ନେଇ ସେ ପୁଇଁନ୍ତଳା ବ୍ଲକ୍ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡି ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ତଥା ବ୍ଲକ୍‌ ଅଫିସ୍‌ର ଅନ୍ୟ କର୍ମଚାରୀଙ୍କୁ ଧମକ ଦେଉଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ପୁଇଁନ୍ତଳା ବିଡିଓ। ଏହା ସହିତ ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକ ମାଡ଼ମରା ଘଟଣାକୁ ନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରିବା ସହିତ କୋର୍ଟଚାଲାଣ କରିଛି ।

ସୂଚନାଯୋଗ୍ୟ,  ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ ସନ୍ତୋଷ ଗୁରାଣ୍ଡି ।

The post ପୁଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ପୁଣି ଗିରଫ appeared first on Odisha Reporter.



from Odisha Reporter https://ift.tt/2ZQhTXj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages