ଅନୁଗୋଳ(ବିରଜା ଦାସ) ଭାଙ୍ଗିଲା ଶହ ଶହ ବର୍ଷର ଅନ୍ଧାରୀ ପରମ୍ପରା। ଦୂର ହେଲା ଲୋକଙ୍କ ଭିତରେ ଥିବା ଅକୁହା ଭୟ। ଗାଁରେ ତିଆରି ହେଲା ପ୍ରଥମ ଛାତ ଘର। ଅନୁଗୋଳ ଆଠମଲ୍ଲିକର ବେଲାଦୁଲା ଗାଁରେ ଅନ୍ଧବିଶ୍ୱାସକୁ ହଟାଇ ଆଧୁନିକତାର ଆଲୁଅ ପ୍ରବେଶ କରିଛି। କାହିଁ କେଉଁ କାଳରୁ ଗାଁରେ ଛାତ ଘର ପଡିବା ଉପରେ ଥିବା କଟକଣା ହଟିଛି।
ଗାଁରେ ଛାତ ପକାଇଲେ ଘରର ମୁରବୀଙ୍କ ମୃତ୍ୟୁ ହୋଇଯିବ। ପରିବାର ଅଭିଶପ୍ତ ହେବ। ବାପା ଅଜା ଅମଳରୁ ଗାଁରେ ଏହି ଅନ୍ଧବିଶ୍ୱାସ ଲାଗି ରହିଥିଲା। ଏବେ କିନ୍ତୁ ଏହି ଅନ୍ଧବିଶ୍ୱାସ ଦୂର ହୋଇଛି। ମଧ୍ୟଯୁଗ ବିଶ୍ୱାସକୁ ଦୂର କରିବାକୁ ଗାଁର କିଛି ଯୁବ ଓ ଶିକ୍ଷତ ଲୋକେ ଅଣ୍ଟା ଭିଡ଼ିଛନ୍ତି। ଏକାଠି ହୋଇ ଗାଁର ଠାକୁର ଘର ପାଇଁ ଛାତ ପକାଇଛନ୍ତି । ଏଥିରେ ପିଲାଠୁ ବୁଢ଼ା ଯାଏ ସମସ୍ତେ ପ୍ରାୟ ସାମିଲ ହୋଇଛନ୍ତି ।
ତେବେ ଏହି ଛାତ ପକାଇବା ଏତେ ସହଜ ନଥିଲା । ବହୁ ବାଧା ବିଘ୍ନ ଏବଂ ୩ ଥର ଗାଁର ବୈଠକ ପରେ ଶେଷରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ଧବିଶ୍ୱାସ ଯୋଗୁଁ ଗ୍ରାମବାସୀ ମାନେ ସରକାରଙ୍କ ବିଭିନ୍ନ ଆବାସ ଯୋଜନାରୁ ବଞ୍ଚିତ ହୋଇଅIସୁଥିଲେ । କିନ୍ତୁ ଗାଁରେ ଛାତ ଘର ପଡ଼ିବା ପରେ ଏବେ ସରକାରୀ ଆବାସ ଯୋଜନା ବେଲାଦୁଲା ଗାଁକୁ ପହଞ୍ଚିଛି । ୨୬ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେପଟେ ପ୍ରଶାସନ ଏବଂ କିଛି ଯୁବବର୍ଗଙ୍କ ପ୍ରାୟାସ ଲାଗି ଅନ୍ଧବିଶ୍ୱାସ ଦୂର ହୋଇଥିବା ଯୋଗୁଁ ଗ୍ରାମବାସୀ ସେମାନଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।
ସେପଟେ ଅନ୍ଧବିଶ୍ୱାସ ଲାଗି ଯଦି ଗାଁର ଅଗ୍ରଗତି ଅଟକୁଛି ତେବେ ଏହାକୁ ନେଇ ଆଗାମୀ ଦିନରେ ଲୋକଙ୍କୁ ସଚେତନ କରାଯିବ ଏବଂ ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
The post ଦୂର ହେଲା ଅନ୍ଧବିଶ୍ୱାସ, ଗାଁରେ ପଡ଼ିଲା ପ୍ରଥମ ଛାତ appeared first on Odisha Reporter.
from Odisha Reporter https://ift.tt/3qeWRxj
No comments:
Post a Comment