ଡିଏମକେକୁ ହିନ୍ଦୁ ବିରୋଧୀ କହି ପରାସ୍ତ କରିବାକୁ ଆହ୍ୱାନ ଦେଲେ ସାଂସଦ ତେଜସ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଡିଏମକେକୁ ହିନ୍ଦୁ ବିରୋଧୀ କହି ପରାସ୍ତ କରିବାକୁ ଆହ୍ୱାନ ଦେଲେ ସାଂସଦ ତେଜସ୍ୱୀ

ସାଲେମ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଧର୍ମର ଗୋଟି ଚାଳନା କରିଛି ବିଜେପି। ରାଜ୍ୟରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଏମକେ ଷ୍ଟାଲିନଙ୍କ ଡିଏମକେକୁ ବିଜେପି ସାଂସଦ ତଥା ଯୁବ ମୋର୍ଚ୍ଚାର ମୁଖ୍ୟ ତେଜସ୍ୱୀ ସୂର୍ଯ୍ୟ ହିନ୍ଦୁ ବିରୋଧୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଡିଏମକେକୁ ପରାସ୍ତ କରିବା ପାଇଁ ସମସ୍ତେ ଏକାଠି ଆଗକୁ ଆସିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି।

ସାଲେମ ଠାରେ ଆୟୋଜିତ ବିଜେପି ଯୁବ ମୋର୍ଚ୍ଚାର ସମ୍ମିଳନୀରେ ସେ କହିଛନ୍ତି, ଡିଏମକେ ଏକ ଖରାପ ଚିନ୍ତାଧାର ଉପରେ କାର୍ଯ୍ୟ କରୁଛି। ଡିଏମକେର ଆଦର୍ଶ ହିନ୍ଦୁ ବିରୋଧୀ। ପ୍ରତିଟି ତାମିଲ ଲୋକ ହିନ୍ଦୁ ବୋଲି ଗର୍ବ କରନ୍ତି। ତାମିଲନାଡୁ ହେଉଛି ଗୋଟିଏ ଧାର୍ମିକ ସ୍ଥାନ ଓ ଦେଶର ସବୁଠାରୁ ଅଧିକ ମନ୍ଦିର ଏଠାରେ ରହିଛି।


ତାମିଲନାଡୁର ପ୍ରତିଟି ଇଞ୍ଚ ଜମି ଧାର୍ମିକ ଓ ପବିତ୍ର। କିନ୍ତୁ ଡିଏମକେ ହେଉଛି ଗୋଟିଏ ହିନ୍ଦୁ ବିରୋଧୀ ଦଳ। ତେଣୁ ଆମକୁ ଏହି ଦଳକୁ ପରାସ୍ତ କରିବାକୁ ପଡ଼ିବ। ଡିଏମକେ ପାଇଁ ପରିବାର ହିଁ ଦଳ ହୋଇଥିବା ବେଳେ ବିଜେପି ପାଇଁ ଦଳ ହିଁ ପରିବାର। ଡିଏମକେ କ୍ଷମତାରେ ଥିବା ବେଳେ ହିନ୍ଦୁ ସଂଗଠନ ଓ ବିଶ୍ୱାସ ଉପରେ ଆକ୍ରମଣ କରିଥିଲା। କିନ୍ତୁ କ୍ଷମତାରୁ ଚାଲିଯିବା ପରେ ସେମାନେ ହିନ୍ଦୁ ଭୋଟ ମାଗୁଛନ୍ତି। ‌ଆମେ କେବେ ହେଲେ ଏହାକୁ ପ୍ରଶ୍ରୟ ଦେବାକଥା ନୁହେଁ।

ଭାରତୀୟ ଜନତା ପାର୍ଟି ଏକମାତ୍ର ଦଳ ଯିଏ ଭାରତର ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଓ ଗୁରୁତ୍ୱ ଦେଇଥାଏ। ଯଦି ତାମିଲକୁ ଜୀବତ ରଖିବାକୁ ଚାହୁଁଛନ୍ତି, ତା’ହେଲେ ହିନ୍ଦୁତ୍ୱର ବିଜୟ ହେବା ଦରକାର। ଯଦି କନ୍ନଡ ଜିତିବାକୁ ଚାହୁଁଛି, ତା’ହେଲେ ହିନ୍ଦୁତ୍ୱର ମଧ୍ୟ ବିଜୟ ହେବା ଦରକାର। ବିଜେପି ତାମିଲନାଡୁର ଆତ୍ମା ଓ ତାମିଲ ଭାଷାର ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି।

The post ଡିଏମକେକୁ ହିନ୍ଦୁ ବିରୋଧୀ କହି ପରାସ୍ତ କରିବାକୁ ଆହ୍ୱାନ ଦେଲେ ସାଂସଦ ତେଜସ୍ୱୀ appeared first on Odisha Reporter.



from Odisha Reporter https://ift.tt/3dDks7g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages