ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଭାରତରେ ନେତା, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସଙ୍କୋଚ ପ୍ରକାଶ କରୁଛନ୍ତି। ହେଲେ ଆର୍ଜେଣ୍ଟିନାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଛି ଯେ ସେଠିକାର ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
ଆର୍ଜେଣ୍ଟିନାରେ ପ୍ରାଥମିକ ପର୍ଯ୍ୟାୟରେ କିଛି ବର୍ଗର ଲୋକଙ୍କୁ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିଲା। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ବର୍ଗର ବାହାର ଲୋକଙ୍କୁ ଟିକା ଦେବାକୁ ସୁପାରିଶ କରିଥିଲେ। ପରେ ମାମଲା ପ୍ରଘଟ ହେବା ପରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟ ଫର୍ଣ୍ଣାଡିଜ ସ୍ୱାସ୍ଥ୍ୟ ମନ୍ତ୍ରୀ ଗିନିଜ ଗୋଜାଲେଜ ଗାର୍ସିଆଙ୍କୁ ଇସ୍ତଫା ଦେବାକୁ କହିଥିଲେ।
ପ୍ରାଥମିକ ପର୍ଯ୍ୟାୟରେ ଯେଉଁମାନଙ୍କୁ ଟିକା ଦେବା ପାଇଁ ସ୍ଥିର ହୋଇଥିଲା ସେଥିମଧ୍ୟରେ ସାମ୍ୱାଦିକ ନଥିଲେ। ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଗାର୍ସିଆ ଜଣେ ଜଣାଶୁଣା ସାମ୍ୱାଦିକଙ୍କୁ ଟିକା ଦେବା ପାଇଁ ସୁପାରିଶ କରିଥିଲେ। ଏହାପରେ ରାଷ୍ଟ୍ରପତି ତାଙ୍କ ଚିଫ୍ ଅପ୍ ଷ୍ଟାଫଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ହେଲେ ଇସ୍ତଫା ଦେଇଥିବା ନେଇ ସାର୍ବଜନୀନ ଭାବରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ହେଲେ ସେ ଆଉ ସରକାରରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ତେବେ ଯେଉଁ ସାମ୍ୱାଦିକଙ୍କୁ ଟିକା ପାଇଁ ଗାର୍ସିଆ ସୁପାରିଶ କରିଥିଲେ ସେହି ସାମ୍ୱାଦିକଙ୍କ ନାଁ ହେଉଛି ହୋରାସିଓ। ଟିକା ନେବା ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ମନ୍ତ୍ରୀ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଡାକି ଶୁକ୍ରବାର ସ୍ପୁଟନିକ ଭି ଟିକା ଦେଇଥିଲେ।
ସୂଚନାଯୋଗ୍ୟ, ଆର୍ଜେଣ୍ଟିନାରେ ଏହି ଅଭିଯୋଗ ନୂଆ ନୁହେଁ। ମେୟର, ସାଂସଦ, ନେତା ଏବଂ ଶାସନରେ ଥିବା ବିଧାୟକ, ସରକାରୀ ଅଫିସର ଲୁଚି ଛପି କରୋନା ଟିକା ନେଉଥିବା ଅଭିଯୋଗ ହୋଇଛି। ଆର୍ଜେଣ୍ଟିନାରେ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୫୦, ୮୫୭ ଜଣ ମୃତ୍ୟୁ ବରଣ କରିଛନ୍ତି।
The post ଲୁଚି ଲୁଚି ଟିକା ନେଲେ ସାମ୍ୱାଦିକ, ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2M8lYDb
No comments:
Post a Comment