କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। ତେବେ କ’ଣ ପାଇଁ ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ ପହଞ୍ଚିଛି ୨ଜଣିଆ ବିଶେଷଜ୍ଞ ଟିମ୍। ଏହି ଟିମ୍ରେ ଭୁବନେଶ୍ୱର ଓୟୁଏଟିର କୋ-ଅର୍ଡିନେଟର ନିରଞ୍ଜନ ସାହୁ ଅଛନ୍ତି।
ହାତୀ ମୃତ୍ୟୁର କାରଣ ସହ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହୋଇଛି, ତାର ତଦନ୍ତ କରିବ ଏହି ଟିମ୍। ଏହି ଟିମ୍ ସହ ଦକ୍ଷିଣାଞ୍ଚଳ ବନଖଣ୍ଡ ଡିଏଫ୍ଓ ଟି. ଅଶୋକ କୁମାର, କଳାହାଣ୍ଡି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଆଜି ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହେମ୍ରେଜ ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଅନୁମାନ କରୁଛି ବନ ବିଭାଗ।
ସେଫ୍ଟିସେମିଆ ରୋଗରୁ ଏପରି ହେଉଥିବା ଆଶଙ୍କା କରି ଏବେ ନିକଟସ୍ଥ ଗାଁଗୁଡ଼ିକରେ ଗାଈଗୋରୁଙ୍କୁ ଟିକା ଦିଆଯାଉଛଇ। ଏଥିସହ ନାଳ ପାଣିକୁ ବିଶୋଧନ କରାଯାଉଛି। ଏଥିସହ ଏହି ଅଭୟାରଣ୍ୟରେ ଖୁବ୍ ଶୀଘ୍ର ସିସିଟିଭି ଲାଗିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି।
ସୂଚନାରୁ ପ୍ରକାଶ, ଗତ ୧ ତାରିଖରେ କର୍ଲାପାଟ ଅଭୟାରଣ୍ୟରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଏହା ପରେ ଅର୍ଥାତ ୮ ତାରିଖରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଗୁରୁବାର ଓ ଶୁକ୍ରବାର ଗୋଟିଏ ଲେଖାଏ ହାତୀର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ହୋଇ ପଡ଼ିଛି।
ପ୍ରାଥମିକ ତଦନ୍ତରୁ ହାତୀଙ୍କ ମୃତ୍ୟୁ ହେମ୍ରେଜ ସେଫ୍ଟିସେମିଆ ରୋଗରୁ ହୋଇଥିବା ଜଣାପଡ଼ିଛି। ସେଣ୍ଟର ଫର୍ ଓ୍ୱାଇଲ୍ଡ ଲାଇଫ୍ ଲ୍ୟାବକୁ ମୃତ ହାତୀଙ୍କୁ ସାମ୍ପଲ ଯିବ ବୋଲି ଜଣାଯାଇଛି। ପୂର୍ବରୁ ନାଳପାଣିରେ ଥିବା ବ୍ୟାକ୍ଟେରିଆ ଯୋଗୁ ଏବଂ ହାତୀ ଦେହରେ ସେପ୍ଟେସେମିଆ ଭୂତାଣୁ ଥିବାରୁ ଏଭଳି ଘଟଣା ଘଟୁଥିବା ଆଶଙ୍କା କରିଛନ୍ତି PCCF ।
The post କର୍ଲାପାଟରେ ୧୨ ଦିନରେ ଗଲାଣି ୪ ହାତୀଙ୍କ ଜୀବନ, କାରଣ ଖୋଜୁଛି ବିଶେଷଜ୍ଞ ଟିମ୍ appeared first on Odisha Reporter.
from Odisha Reporter https://ift.tt/3qlyqOA
No comments:
Post a Comment