ନୂଆଦିଲ୍ଲୀ: ତେଲ ଦରରେ ନିଆଁ। ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ଦର। ଲଗାତାର ଆଜି ପୁଣି ଏକାଦାଶ ଦିନ ପାଇଁ ତୈଳ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ୩୧ ପଇସା ଏବଂ ଡିଜେଲ ୩୩ ପଇସା ବଢ଼ିଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୦ ଡେଇଁଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚିଛି।
ସେହିପରି ଦେଶର ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ତେଲ ଦର ବଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ୮୦ ଟଙ୍କା ୬୦ ପଇସାରେ ପହଁଚିଛି। ମାୟାନଗରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୬ ଟଙ୍କା ୬୨ ପଇସାରେ ପହଁଚିଛି। ଡିଜେଲ ୮୭ଟଙ୍କା ୬୭ ପଇସା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ୯୧ଟଙ୍କା ୪୧ ପଇସା ଏବଂ ଡିଜେଲ ୮୪ଟଙ୍କା ୧୯ ପଇସା ରହିଛି।
ଚେନ୍ନାଇରେ ପେଟ୍ରେଲ ୯୨ଟଙ୍କା ୨୫ ପଇସା ଏବଂ ଡିଜେଲ ୮୫ଟଙ୍କା ୬୩ ପଇସା, ବେଙ୍ଗାଳୁରୁରେ ପେଟ୍ରୋଲ ୯୩ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୫ ଟଙ୍କା ୪୪ ପଇସା, ଭୋପାଲରେ ପେଟ୍ରୋଲ ୯୮ ଟଙ୍କା ୨୦ ପଇସା ଏବଂ ଡିଜେଲ ୮୮ ଟଙ୍କା ୮୪ ପଇସା ରହିଛି।
ତେଲ ଦର ବୃଦ୍ଧି କାରଣରୁ ଟ୍ରାନ୍ସପୋର୍ଟିଂ ଚାର୍ଜ ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଆଗକୁ ଅନ୍ୟାନ୍ୟ ଖାଇବା ସାମଗ୍ରୀ ଉପରେ ମଧ୍ୟ ତେଲ ଦର ବୃଦ୍ଧିର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି । ସେପଟେ ଲଗାତାର ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
The post ରାଜଧାନୀରେ ୯୦ ଡେଇଁଲା ତେଲ ଦର appeared first on Odisha Reporter.
from Odisha Reporter https://ift.tt/3bhk7o5
No comments:
Post a Comment