ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ। ଶିକାର କରି ମାଲେମାଲ ହେଉଛନ୍ତି ସେମାନେ। ଯେଉଁ ରାକେଟ ଏବେ କ୍ରାଇମ୍ବ୍ରାଞ୍ଚ ଜାଲରେ ଧରାପଡ଼ିଛି। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି।
କ୍ରାଇମ୍ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାରେ ଡିଲ୍ ହେଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଟିମ୍ ଚଢ଼ାଉ କରିଥିଲା।
କେନ୍ଦୁଝରରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତମାନେ ଖସିବାକୁ ଉଦ୍ୟମ କରିଥିଲେ। ହେଲେ ଶେଷରେ STF ହାତରେ ଧରାପଡ଼ିଥିଲେ। ଅଭିଯୁକ୍ତମାନେ ବାଘ ଚମଡ଼ା ଓ ହାତୀ ଦାନ୍ତ କେଉଁଠୁ ଆଣିଲେ ସେନେଇ ତଦନ୍ତ ଚାଲିଛି।
The post କ୍ରାଇମ୍ବ୍ରାଞ୍ଚ ଜାଲରେ ହାତୀ-ବାଘ ଶିକାରୀ appeared first on Odisha Reporter.
from Odisha Reporter https://ift.tt/3tzmN8S
No comments:
Post a Comment