ଠିକଣାକୁ ନେଇ ରହିବନି ଦ୍ୱନ୍ଦ୍ୱ, ସାର୍ଟ ସିଟିବାସୀଙ୍କୁ ମିଳିବ ସ୍ମାର୍ଟ ଠିକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 1, 2021

ଠିକଣାକୁ ନେଇ ରହିବନି ଦ୍ୱନ୍ଦ୍ୱ, ସାର୍ଟ ସିଟିବାସୀଙ୍କୁ ମିଳିବ ସ୍ମାର୍ଟ ଠିକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜଧାନୀର ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ । ଠିକଣା ଖୋଜିବାକୁ ବି ହେବନି ଅସୁବିଧା।

ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍‌ସି। ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।  ସାଧାରଣତଃ ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ଲେଖିବାକୁ ପଡ଼ିଥାଏ । କିନ୍ତୁ ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଏହାସହ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ । ବିଏମ୍‌ସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ୍ ବି ରହିବ। ପରୀକ୍ଷାମୂଳକ ଭାବେ ଗତକାଲିଠୁ  ସର୍ଭେ ଆରମ୍ଭ ହୋଇଛି।

ଫେବୃଆରୀ ୧୩ରୁ ପୁରା ଭୁବନେଶ୍ୱରରେ ଡିଜିଟାଲ୍ ଡୋର୍ ନମ୍ବର ପାଇଁ ସର୍ଭେ କରାଯିବ । ପ୍ରାୟ ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ ହେବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ  ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅଧା ରାଜଧାନୀକୁ ଏଥିସହ ଯୋଡ଼ାଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।

କିଛି ଦିନ ପୂର୍ବେ  ହାଇଦ୍ରାବାଦର ନବଯୁଗ ସ୍ପେସିଆଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସହ ବିଏମ୍‌ସି ୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି। କରୋନା ଯୋଗୁ କାମ ଆରମ୍ଭରେ ବିଳମ୍ବ ହେଲା। ପରୀକ୍ଷାମୂଳକ ଭାବେ ଗତକାଲି  ୬,୨୩ ଓ ୩୦ ନମ୍ବର  ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ ଆରମ୍ଭ ହୋଇଛି।  ଏଥିରେ ୧୦୦ ଯୁବକ ନିୟୋଜିତ ହୋଇଥିବା ବେଳେ ଗତକାଲି ୬୦ରୁ ଅଧିକ ଘରେ ଷ୍ଟିକର ଲଗାଯାଇଛି।

ସେମାନେ ଘର ମାଲିକଙ୍କ ପାଖରୁ ନାଁ, ଫୋନ ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍‌ କୋର୍ଡ, ଆଧାର ନମ୍ବର ସଂଗ୍ରହ କରୁଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ୧୩ ଟିକିଆ ନମ୍ବର ସେମାନଙ୍କୁ ଦିଆଯାଉଛି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି। ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ।  ଏହା ଆଧାର କାର୍ଡ ଭଳି କାମ କରିବ। ଆଉ ଠିକଣା ଖୋଜିବାକୁ ପିନ୍‌ କୋଡ, ପୋଷ୍ଟ ଅଫିସ ନାମ ଦରକାର ନାହିଁ।  ଗୁଗଲରେ ଲୋକଙ୍କ ନାମ ସର୍ଚ୍ଚ କଲେ, କେବଳ ଷ୍ଟ୍ରିଟ ବା ଲେନ୍‌ ନମ୍ବର ଦେଲେ ଘର ଠିକଣା ମିଳିଯିବ।

ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ନେଇ ବିଏମ୍‌ସିର ପକ୍ଷରୁ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।  ଏହି ସିଷ୍ଟମ ଲାଗୁ ହେବା ପରେ ରାଜଧାନୀବାସୀ ଆଉ ହୋଲଡିଂ ଟ୍ୟାକ୍ସ, ଟିକସ ଫାଙ୍କି ପାରିବେନି।

The post ଠିକଣାକୁ ନେଇ ରହିବନି ଦ୍ୱନ୍ଦ୍ୱ, ସାର୍ଟ ସିଟିବାସୀଙ୍କୁ ମିଳିବ ସ୍ମାର୍ଟ ଠିକଣା appeared first on Odisha Reporter.



from Odisha Reporter https://ift.tt/2YxTJjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages