ଆଜି ବାର୍ ଆସୋସିଏସଏନ୍ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ଆଜି ବାର୍ ଆସୋସିଏସଏନ୍ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ବିଭିନ୍ନ ବାର୍ ଆସୋସିଏସଏନ୍‌ର  ନିର୍ବାଚନ ଅନୁଷ୍ଠିତ ହେବ।  କଟକ, ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଥିବା ଓକିଲ ସଂଘ ସେମାନଙ୍କ ନେତା ଆଜି ବାଛିବେ । ନିର୍ବାଚନକୁ ସୁରୁଖୁରୁରେ କରାଇବା ପାଇଁ ବନ୍ଦୋବସ୍ତ କରାଯାଇଛି।

ବିଶେଷ ଭାବେ କରୋନା କଟକଣା ମାନି ନିର୍ବାଚନ କରିବାକୁ ସମସ୍ତ ଜିଲ୍ଲାପାଳ, ଏସ୍‌ପି ଏବଂ ଟ୍ୱିନିସିଟି କମିଶନରଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ଚିଠି କରିଛନ୍ତି । ଯେପରି ଭିଡ଼କୁ ଏଡ଼ାଯିବ ଓ ତାସହ କଟକଣାକୁ ମାନି ନିର୍ବାଚନ ହେବ ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ପୁଣି ଉପର ମୁହାଁ ହୋଇଛି। ଚାରି ଦିନ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିବା ବେଳେ ଶନିବାର ୨୩୪ ଛୁଇଁଥିଲା। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ବେଶି ଭୟାବହ ନ ଥିଲେ ମଧ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ILS ନିର୍ଦ୍ଦେଶକ ସତର୍କ ସୂଚନା ଦେଇ ସାରିଛନ୍ତି।  ଆଗକୁ ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଆସୁଥିବାରୁ ଅଧିକ ଗହଳି ଆଶଙ୍କାରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ ସମେତ ଲୋକ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ସେହିପରି ଉତ୍କଳ ଦିବସ ପାଳନ ନେଇ ମଧ୍ୟ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଉତ୍କଳ ଦିବସ ସମାରୋହରେ ଅଧିକ ଗହଳିକୁ ବାରଣ କରାଯାଇଛି।ସଭାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ। ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ହେବ। କୌଣସି ଅନୁଷ୍ଠାନ ସଭା କରିବାକୁ ଚାହିଁଲେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି।।

The post ଆଜି ବାର୍ ଆସୋସିଏସଏନ୍ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/39fOL0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages