ଇସ୍କରେ ପଡ଼ିଲେ ପୁଲିସ୍‌ ବାବୁ ; ଅଭିଯୁକ୍ତ ସ୍ତ୍ରୀ ସହ ହେଉଥିଲେ ମିଠା ମିଠା କଥା, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ଇସ୍କରେ ପଡ଼ିଲେ ପୁଲିସ୍‌ ବାବୁ ; ଅଭିଯୁକ୍ତ ସ୍ତ୍ରୀ ସହ ହେଉଥିଲେ ମିଠା ମିଠା କଥା, କିନ୍ତୁ…

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଲିସ୍‌ ବାବୁ କରୁଥିଲେ ମିଠାଳିଆ କଥା। ତା’ ପୁଣି  ଅଭିଯୁକ୍ତର ସ୍ତ୍ରୀ ସହିତ। ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ହେଉଥିଲେ ନାନା କଥା ।  ଆମେ ଭାଇଭଉଣୀ , ଯୋଡ଼ି ହେଲା ନୂଆ ସମ୍ପର୍କ କହି ଅଭିଯୁକ୍ତର ସ୍ତ୍ରୀକୁ ଫସାଇବାକୁ ଚେଷ୍ଟା କରୁଥିଲେ। ହେଲେ ମନ ଭିତରେ ଦବି ରହିଥିଲା ଅଲଗା କିଛି।

ସୁଯୋଗ ଦେଖି ଅଭିଯୁକ୍ତ ଘରେ ହାଜର ମଧ୍ୟ ହୋଇଗଲେ ପୁଲିସ୍‌ ବାବୁ। ଆଉ ତାଙ୍କ ପତ୍ନୀକୁ ଟଣାଓଟରା କରି ଶେଷରେ ଧରା ପଡ଼ିଗଲେ। ଏପରି  ଇସ୍କ କରି ଫସିଗଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିବା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ପରେ ଗତକାଲି କୋର୍ଟଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା।

ତେବେ ଅଭିଯୁକ୍ତଜଣକ ହାବିଲଦାର ହରମୋହନଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ। ସେ ଜେଲ୍‌ ଯିବା ପରେ ହରମୋହନ   ଅଭିଯୁକ୍ତ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ । “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା। ସମ୍ପର୍କକୁ ବଞ୍ଚାଇ ରଖିବା। ତୋ ବନ୍ଧା ପଡ଼ିଥିବା ସୁନାକୁ ମୁକୁଳାଇ ଆଣିବି। ମୋ ସ୍ୱାମୀକୁ ମୁକୁଳାଇବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।” ଏପରି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀକୁ ଫସାଇବାକୁ ଚେଷ୍ଟା କଲେ ହରମୋହନ।

ଏଥିସହ ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ ବୋଲି ଇସାରା ମଧ୍ୟ ଦେଇଥିଲେ।ଏହାପରେ ଗତକାଲି ମଧ୍ୟାହ୍ନରେ ଅଭିଯୁକ୍ତ ଘରେ ପହଞ୍ଚି ଯାଇଥିଲେ ହରମୋହନ। ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ  ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ।  ମାତ୍ର ମହିଳାଜଣକ ଚିତ୍କାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଆସି ହରମୋହନଙ୍କୁ ଅଟକ ରଖି ଭଣ୍ଡାରିପୋଖରୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ । ଲିଖିତ ଏତଲା ବଳରେ ଏପିଆର ହାବିଲଦାରଙ୍କୁ ଅଟକ ରଖିଛି  ଭଣ୍ଡାରିପୋଖରୀ ପୁଲିସ୍‌।

The post ଇସ୍କରେ ପଡ଼ିଲେ ପୁଲିସ୍‌ ବାବୁ ; ଅଭିଯୁକ୍ତ ସ୍ତ୍ରୀ ସହ ହେଉଥିଲେ ମିଠା ମିଠା କଥା, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3vvVIEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages