‘ରାମ୍ ପାଲ୍ ଏୟାରଲାଇନ୍’: ରାଫେଲରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

‘ରାମ୍ ପାଲ୍ ଏୟାରଲାଇନ୍’: ରାଫେଲରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା

ଅମୃତସର: ରାସ୍ତାରେ ଦୌଡ଼ୁଛି ରାଫେଲ୍। ଫ୍ରାନ୍ସ କି ଋଷିଆ ନୁହେଁ ବରଂ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ଏହି ରାଫେଲ୍। ତେବେ ଏହା କୌଣସି ଯୁଦ୍ଧ କିମ୍ୱା ଉଡ଼ାଇବା ପାଇଁ ତିଆରି ହୋଇନି ବରଂ ଜଣେ ବ୍ୟକ୍ତି ନିଜ ସଉକ ପାଇଁ ତିଆରି କରିଛନ୍ତି। ପଞ୍ଜାବର ଭାଠିଣ୍ଡା ରାସ୍ତାରେ ଗଡ଼ୁଥିବା ଯାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ରାଫେଲରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା। ଏବେ ସେମାନଙ୍କ ଖୁସି କହିଲେ ନସରେ। ଅବିକଳ ଲଢ଼ୁଆ ଜେଟ୍ ରାଫେଲ ପରି ତିଆରି ହୋଇଥିବା ଏହି ଯାନର ନାମ ରହିଛି ‘ପଞ୍ଜାବ ରାଫେଲ୍’।

ଆର୍କିଟେକ ରାମପାଲ ବେହନିଓ୍ୱାଲ ଏବଂ ଦୁଇ ମେକାନିକ୍ ଗୁରୁସେବକ ସିଂ ଓ କୁଲଦୀପ ସିଂ ମିଶି ଏହି ରାଫେଲକୁ ତିଆରି କରିଛନ୍ତି। ଫାଇଟର ଜେଟ୍ ଭଳି ଦେଖାଯାଉଥିବା ଏହି ଗାଡ଼ିରେ ଲାଗିଛି ମାରୁତି କାରର ଇଞ୍ଜିନ୍ ଓ କାର୍ ଭଳି ଷ୍ଟିୟରିଂ ଓ ୪ଟି ଚକ ଲାଗିଛି। ପ୍ରାୟ ୧ ମାସରୁ ଅଧିକ ଦିନ ଲାଗିଛି ଏହି ଜେଟ୍ ତିଆରି କରିବା ପାଇଁ। ଏଥିପାଇଁ ତିନି ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ରାସ୍ତାରେ ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଦୌଡ଼ିବ। ଏହି ପଞ୍ଜାବ ରାଫେଲର ଲମ୍ବ ୧୮ ଫୁଟ୍ ଥିବା ବେଳେ ଓସାର ରହିଛି ୯ ଫୁଟ୍। ତେବେ ଏହି ଯାନର କୌଣସି ରୁଫ୍ ବା ଛାତ ନାହିଁ।

ଏହି ପଞ୍ଜାବ ରାଫେଲର ପାର୍ଶ୍ୱରେ ଦୁଇଟି ଡେଣା ରହିଛି। ବୋନେଟରେ, ‘ରାମ ପାଲ ଏୟାରଲାଇନ୍ସ’ ଲେଖା ହୋଇଥିବା ବେଳେ ପଞ୍ଜାବର ମାନଚିତ୍ର ମଧ୍ୟ ରହିଛି। ସେପ୍ଟେମ୍ବର ୨୦୨୦ରେ ରାଫେଲ୍ ଜେଟ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବରେ ସାମିଲ୍ ହୋଇଥିଲା।

The post ‘ରାମ୍ ପାଲ୍ ଏୟାରଲାଇନ୍’: ରାଫେଲରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା appeared first on Odisha Reporter.



from Odisha Reporter https://ift.tt/3rlIlnT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages