ପିପିଲି ଫାଇଟ୍‌ ପାଇଁ ମଇଦାନ୍‌ରେ ୧୫, ଆଜି ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ପିପିଲି ଫାଇଟ୍‌ ପାଇଁ ମଇଦାନ୍‌ରେ ୧୫, ଆଜି ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପିପିଲି ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମୋଟ ୧୨ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି।  ତେବେ ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି।  ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆଜି ଏହା ଯାଞ୍ଚ ହେବ।

ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ନାମାଙ୍କନପତ୍ର ପ୍ରତ୍ୟାହାର ଦିବସ ରହିଛି। ଅସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ। ସେହିପରି ଅସନ୍ତା ୧ ଓ ୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ।  ସେହିପରି ଦିତୀୟ ପଯର୍ୟାୟରେ ୧୦ ଓ ୧୧ ତାରିଖରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ।

ତା’ସହ ଆସନ୍ତା ୧ ଓ ୨ ତାରିଖରେ ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଉକ୍ତ ଆସନରୁ ଅସନ୍ତା ୧୭ରେ  ଉପନିର୍ବାଚନ ହେଉଛି।

The post ପିପିଲି ଫାଇଟ୍‌ ପାଇଁ ମଇଦାନ୍‌ରେ ୧୫, ଆଜି ଯାଞ୍ଚ appeared first on Odisha Reporter.



from Odisha Reporter https://ift.tt/3wcQ3n3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages