ଆମ ପିଲା ଏତେ ଚାପ ସମ୍ଭାଳି ପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଆମ ପିଲା ଏତେ ଚାପ ସମ୍ଭାଳି ପାରିବେନି

କଟକ(ଓଡ଼ିଶା ରିପୋର୍ଟର) ଡିଏଭି ସ୍କୁଲ୍ ସହ ଏସସିବି ମେଡିକାଲ୍ ପବ୍ଲିକ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ ପ୍ରତିବାଦ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲର ଅଭିଭାବକ। ସ୍କୁଲର ଅଭିଭାବକମାନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା । ମିଳିତଭାେବେ ଏସସିବି ମେଡିକାଲ ପବ୍ଲିକ ସ୍କୁଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହା ଦ୍ୱାରା ସିବିଏସଇ ପ୍ୟାଟେନର ପାଠ ପଢ଼ିବା ପାଇଁ ଆମ ପିଲାଙ୍କୁ ବାଧ୍ୟ କରାଯାଉଛି। ଆମେ ଚାହୁଁନାହୁଁ ଆମ ପିଲାଙ୍କ ଉପରେ ସେଭଳି ଚାପ ପଡ଼ୁ । ଆମେ ସେଥିପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲୁ।  ସେ କହିଥିଲେ ଏ ବିଷୟରେ ଅଭିବାବକଙ୍କ ମତାମତ ନିଆଯାଇ ସମାଧାନର ସୂତ ବାହାର କରାଯିବ। ହେଲେ ଏ ଯାଏଁ ସେମିତି କିଛି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ବୋଲି ସ୍ୱର୍ଣ୍ଣଲତା ମହାନ୍ତି ନାମକ ଜଣେ ଅଭିଭାବକ କହିଛନ୍ତି।

ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନ ସ୍ଥଳକୁ ଆସି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ୍ । ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ  I ସ୍କୁଲ ଫଣ୍ଡରେ ଥିବା ଅର୍ଥକୁ ହଡ଼ପ କରିବାକୁ ମଧ୍ୟ ଯୋଜନା ଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେବେ ଏନେଇ ସ୍କଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

 

The post ଆମ ପିଲା ଏତେ ଚାପ ସମ୍ଭାଳି ପାରିବେନି appeared first on Odisha Reporter.



from Odisha Reporter https://ift.tt/2QTVojd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages