ବେଙ୍ଗଲର ୬ ବରିଷ୍ଠ ଅଧିକାରୀଙ୍କୁ ଇଡି ଓ ସିବିଆଇ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ବେଙ୍ଗଲର ୬ ବରିଷ୍ଠ ଅଧିକାରୀଙ୍କୁ ଇଡି ଓ ସିବିଆଇ ସମନ୍‌

କୋଲକାତା: ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବେଙ୍ଗଲର ୬ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ୩ଟି ଘଟଣାରେ ସମନ କରିଛନ୍ତି। ତେବେ ଏହାକୁ କେନ୍ଦ୍ରୀୟ କ୍ଷମତାର ଅପବ୍ୟବହାର ବୋଲି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି କହିଛି। ଏହି ଅଧିକାରୀମାନଙ୍କୁ ସିବିଆଇ ଓ ଇଡି ଆସନ୍ତା ସପ୍ତାହରେ ହାଜର ହେବାକୁ କହିଛନ୍ତି।

ରାଜ୍ୟ ସୁରକ୍ଷା ପରାମର୍ଶଦାତା ସୁରଜିତ କରଙ୍କୁ ସାରଦା ଚିଟଫଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିବା ପ୍ରିନ୍ସିପାଲ ସଚିବ ଗୌତମ ସନୟାଲ ଓ ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ ବିପି ଗୋପାଲିକାଙ୍କୁ ମେଟ୍ରୋ ଡାୟରି ଟ୍ରାନ୍ସଫର ଓ ଡିସଇନଭେଷ୍ଟମେଣ୍ଟ ମାମଲା, ଜିଏସଟି ସ୍ପେଶାଲ କମିଶନର(ଦୁର୍ଗାପୁର) ଅନୁଣ ପ୍ରସାଦ, କୋଲକାତା ପୁଲିସ୍‌ର ଅତିରିକ୍ତ କମିଶନର ଲକ୍ଷ୍ମୀ ନାରାୟଣ ମୀନା ଓ ପଶ୍ଚିମବଙ୍ଗ ପୁଲିସ୍‌ ଅଧିକାରୀ ପାର୍ଥ ଘୋଷଙ୍କୁ ବେଆଇନ କୋଇଲା ଖନନ ମାମଲାରେ ସମନ କରାଯାଇଛି।

ସାରଦା କେସ୍‌ରେ ଟିଏମସି ନେତା ବିବେକ ଗୁପ୍ତା ଓ ମଦନ ମିତ୍ରଙ୍କୁ ଇଡି ଶୁକ୍ରବାର ପଚରାଉଚରା କରିଥିଲା। ଏହାପରେ ବେଙ୍ଗଲର ୬ ବରିଷ୍ଠ ଅଧିକାରୀଙ୍କୁ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା ପାଇଁ ସମନ କରିଛନ୍ତି। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିଏମସିର ବିଧାନସଭା ପ୍ରାର୍ଥୀ ଇମାନି ବିଶ୍ୱାସଙ୍କୁ ନିମତିତା ରେଳ ଷ୍ଟେସନ ବିସ୍ଫୋରଣ ଘଟଣାରେ ଜେରା କରିଛି।

ଅନ୍ୟପକ୍ଷରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଠିକ୍‌ ବିଧାନସଭା ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ଟିଏମସି ନେତାଙ୍କୁ ଟାର୍ଗେଟ କରୁଥିବାରୁ ଦଳ ଏହା ବିରୋଧରେ ସ୍ୱର ଉଠାଇଛି। ବିଜେପି ଜାଣୁଶୁଣି ରାଜନୀତିକ ଫାଇଦା ହାସଲ କରିବା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ବ୍ୟବହାର କରୁଥିବା ଦଳ ଅଭିଯୋଗ ଆଣିଛି। ଏଥିସହ ନିର୍ବାଚନ କମିଶନ ବେଙ୍ଗଲରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଭୂମିକା ଯାଞ୍ଚ କରନ୍ତୁ ବୋଲି ମଧ୍ୟ ଟିଏମସି ଦାବି କରିଛି।

The post ବେଙ୍ଗଲର ୬ ବରିଷ୍ଠ ଅଧିକାରୀଙ୍କୁ ଇଡି ଓ ସିବିଆଇ ସମନ୍‌ appeared first on Odisha Reporter.



from Odisha Reporter https://ift.tt/3cNrjZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages