ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଓଡ଼ିଶା ଗସ୍ତରେ ଆସିବା ନିମନ୍ତେ ପାରମ୍ପରିକ ଗାମୁଛା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି।
ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ସାକ୍ଷାତ୍ କରି ଆନୁଷ୍ଠାନିକ ଭାବେ ଏହି ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୧ ଓ ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଉରକେଲାସ୍ଥିତ ରାଉରକେଲା ଇସ୍ପାତ କରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ) ଉଦ୍ଘାଟନ କରିବା ସହ ଏକାଧିକ କର୍ଯ୍ୟକ୍ରମରେ ଯୋଗଦେବା ନେଇ ଟ୍ୱିଟ୍ କରି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ଆଜି ସାକ୍ଷାତବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହାତବୁଣା ଗାମୁଛା ଉପହାର ଦେଇଥିଲେ।
Called on Hon President Sh. Ram Nath Kovind today to extend a formal invitation to him for his forthcoming visit to Odisha. Honoured to present him with a traditional handwoven cotton ‘gamcha’ made by dalit artisans from Athamallik town of Angul district in Odisha. #VocalForLocal pic.twitter.com/sKcToL2tP7
— Dharmendra Pradhan (@dpradhanbjp) March 16, 2021
The post ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡ଼ିଶା ନିମନ୍ତ୍ରଣ appeared first on Odisha Reporter.
from Odisha Reporter https://ift.tt/3rV4I3H
No comments:
Post a Comment