ମେଷ: ଭୂମି ,ଘର ସମ୍ବନ୍ଧୀୟ କାର୍ଯ୍ୟରେ ଲାଭବାନ ହେବେ। ମା’ଙ୍କ ସହିତ ଖୁସିରେ ସମୟ କାଟିବେ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ତାଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବ ।
ବୃଷ: ଭାଇ ଭଉଣୀଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ଫୋନ ଦ୍ୱାରା ଅନେକ କାର୍ଯ୍ୟ ସମ୍ପାଦନ ହୋଇଯିବ। ଅଫିସ କାର୍ଯ୍ୟରେ ଭଲ ଫଳ ମିଳିବ। ପ୍ରତିକାର– ଗୋ ମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ ।
ମିଥୁନ: ଅର୍ଥଲଗାଣକାରୀ ସଂସ୍ଥା ହେଉ ବା ବ୍ୟବସାୟ ବାଣିଜ୍ୟରୁ ଆଶାଠାରୁ ଅଧିକ ଧନ ଉପାର୍ଜନ କରିବେ। ସଂଗୀତ ଓ କଳା କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିବେ। ଦିନଟି ଖୁସିରେ ଅତିବାହିତ ହେବ। ପ୍ରତିକାର– ମା’ଲକ୍ଷ୍ମୀଙ୍କୁ ଗୁଜୁରାତି ପ୍ରସାଦ ରୂପରେ ଅର୍ପଣ କରନ୍ତୁ।
କର୍କଟ: ଆପଣଙ୍କ କର୍ମ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ। ଅନେକ ଦିନରୁ ଯେଉଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା ସେହି କାର୍ଯ୍ୟ ହୋଇଯିବ। ସରକାରୀ କ୍ଷେତ୍ର କିମ୍ବା ଆଇଟିରେ ଥିଲେ ନୂଆ ସୁଯୋଗ ମିଳିବ। ପ୍ରତିକାର– କୌଣସି ଶୁଭ ବୃକ୍ଷ ମୂଳରେ ଚିନି ରଖି ଦିଅନ୍ତୁ।
ସିଂହ: ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ । ଧର୍ମ କାର୍ଯ୍ୟରେ ମନ ଲାଗିବ। ଧର୍ମ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ । ପ୍ରତିକାର-ଚନ୍ଦନର ଟିକା ମଥାରେ ଲଗାନ୍ତୁ ।
କନ୍ୟା: ମାନସିକ କଷ୍ଟ ବ୍ୟତିବ୍ୟସ୍ତ କରିବ । ହଠାତ୍ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅର୍ଥ ସମସ୍ୟା ସହିତ ଟ୍ୟାକ୍ସ ଆଦି ସମସ୍ୟାର କଷ୍ଟ ରହିଛି । ପ୍ରତିକାର- ୩ ଥର ତୁଳସୀ ଗଛକୁ ପରିକ୍ରମା କରନ୍ତୁ ।
ତୁଳା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପତିପତ୍ନୀଙ୍କ ମନୋମାଳିନ୍ୟ ଦୂର ହେବ । ଅନ୍ଧ ଭାବରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ। ପ୍ରତିକାର– ଜଳରେ ଚନ୍ଦନ ମିଶାଇ ପିଅନ୍ତୁ।
ବିଛା: ଶତ୍ରୁ କ୍ଷତି କରିବାକୁ ଚାହିଁଲେବି ଆପଣ ଆଜି ତାଙ୍କୁ ହରାଇଦେବେ। ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ ବା କୌଣସି କାଗଜରେ ଅନ୍ଧଭାବେ ଦସ୍ତଖତ କରନ୍ତୁ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପ୍ରତିକାର– ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ ।
ଧନୁ: ପ୍ରେମରେ କିଛି ମତଭେଦ ହୋଇପାରେ । ଖାଦ୍ୟ ଭଲ ମିଳିବ। ବୁଲାବୁଲି କରିବାକୁ ଭଲ ପାଇବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ପ୍ରତିକାର– ଗାୟତ୍ରୀମନ୍ତ୍ର ପାଠ କରନ୍ତୁ।
ମକର: ଜୀବନସାଥୀଙ୍କ ସହିତ ଭ୍ରମଣ ଯୋଗ ରହିଛି । ନୂତନ ବ୍ୟବସାୟ ପାଇଁ ଅର୍ଥ, ସ୍ଥାନ ଓ ଗୃହର ସମସ୍ୟା ଥିଲେ ଆଜି ସମାଧାନର ବାଟ ଖୋଲିଯିବ । ମା’ଙ୍କଠାରୁ ଉପହାର ମିଳିବ। ବନ୍ଧୁମିଳନର ଯୋଗ ରହିଛି। ପ୍ରତିକାର– ମା’ଙ୍କୁ କିଛି ଉପହାର ଦିଅନ୍ତୁ।
କୁମ୍ଭ: ଶୁଭ ଖବର ମିଳିବ। ଅଧିକ ବିଳମ୍ବରେ ଘରକୁ ଫେରନ୍ତୁ ନାହିଁ । ଭାଇଭଉଣୀଙ୍କ ସହିତ କଳି ଝଗଡ଼ାକୁ ଏଡ଼ାଇ ଦିଅନ୍ତୁ । ପଡ଼ୋଶୀଙ୍କୁ ନେଇ କିଛି ସମସ୍ୟା ଦେଖାଦେଇପାରେ । ପ୍ରତିକାର– ମହାଦେବଙ୍କୁ କର୍ପୂର ଆଳତି କରନ୍ତୁ ।
ମୀନ: ପରିବାର ଭିତରେ କଳି ଝଗଡ଼ାକୁ ଏଡ଼ାଇ ଦିଅନ୍ତୁ । ସନ୍ତାନଙ୍କ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ । ଅର୍ଥକୁ ନେଇ ଚିନ୍ତା ଲାଗି ରହିବ । ପ୍ରତିକାର– ଦୁର୍ଗା ଚାଳିଶା ପାଠ କରନ୍ତୁ।
The post ୧୭ ମାର୍ଚ୍ଚ, ବୁଧବାର: ହଠାତ୍ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ appeared first on Odisha Reporter.
from Odisha Reporter https://ift.tt/3cCneaY
No comments:
Post a Comment