ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ

ଭୁବନଶ୍ୱର (ଓଡ଼ିଶା ରିପୋର୍ଟର): ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ୧୨ ବର୍ଷ ପରେ ୫ମ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୁରୁଣା କେସ୍‌ ଗୁଡ଼ିକରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ଯେଉଁ ଅଭିଯାନ ଚଲାଇଛି ସେହି କ୍ରମରେ ଏହି ମାମଲାରେ ଫେରାର ଥିବା ୫ମ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସିପି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତର ନାଁ ବିକ୍ରମାଦିତ୍ୟ ଜେନା। ୨୦୦୮ରେ ସୁମନ୍ତଙ୍କ ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଥିଲେ।

ସିପିଙ୍କ ସୂଚନା ଅନୁଯାୟୀ, ବିକ୍ରମାଦିତ୍ୟ ଫେରାର ହୋଇ ପୁନେରେ ରହୁଥିଲେ। ୨୦୧୭ରେ ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିଲା। ତା’ପରଠାରୁ ସେ ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ। ସେ ପୁନେରେ ଜଣେ ଜିମ୍ ଟ୍ରେନ୍‌ର ଭାବେ କାର୍ଯ୍ୟ କରୁଥିଲେ। ଏହି ସୂଚନା ପାଇବା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ ତାଙ୍କୁ ସ୍ପେଶାଲ ସ୍କ୍ୱାଡ୍‌ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ସୁମନ୍ତଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ସୁମନ୍ତ ସଂଗୀତ ମହାବିଦ୍ୟାଳୟର ଛାତ୍ର ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ସେଠାରେ ପଢ଼ୁଥିଲେ। ତେବେ ସୁମନ୍ତଙ୍କ ଅଭିଯୋଗ କ୍ରମେ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା। ସେହି ରାଗରୁ ସେ ସୁମନ୍ତଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତମାନେ ସୁମନ୍ତଙ୍କୁ ହତ୍ୟା କରି ତାଙ୍କ କାରରେ ଭର୍ତ୍ତି କରି ଚକେଇଶିଆଣୀ କେନାଲରେ ଛାଡ଼ି ଦେଇଥିଲେ।

The post ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ appeared first on Odisha Reporter.



from Odisha Reporter https://ift.tt/3bPaYVr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages