କଙ୍କାଳ ପରେ ମିଳିଲା ପ୍ରେମ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

କଙ୍କାଳ ପରେ ମିଳିଲା ପ୍ରେମ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଛାନ୍‌ଭିନ୍ କରୁଛି ପୁଲିସ। ପ୍ରଥମେ କଙ୍କାଳ ପରେ ଏବେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ଚିଠି। ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି।

ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି। ଏଥିରେ ଜଣଙ୍କର ପ୍ରେମର ଭାବନା ବ୍ୟକ୍ତ କରାଯାଇଛି। ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ। ଚିଠିଟି ମଝିରୁ ଚିରାଯାଇଛି। ମହିଳାଙ୍କ ମୃତ୍ୟୁ ସହ ଏହି ଚିଠିର କିଛି ସମ୍ପର୍କ ରହିଛି କି? ପୁଲିସ ଯଦି ସରଜମିନ୍ ତଦନ୍ତ କରିଥିଲା, ତାହେଲେ ସେହି ଚିଠିକୁ କେମିତି ଜବତ କରିପାରିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।

ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦକୁ କଙ୍କାଳର ନମୁନା ପଠାଯାଇଛି। ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ୍ ତିଆରି ହେବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଫେବ୍ରୁଆରୀ ୧୨ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନେଇଛୁ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଜଣେ ଇନ୍ସିପେକ୍ଟରଙ୍କୁ ଦିଆଯାଇଛି। ଏମ୍ସ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଯକ୍ଷ୍ମାରେ ମହିଳା ଜଣକଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି ବୋଲି ପୁଲିସ କମିଶନର ପ୍ରେମମିଟ୍ କରି ସୂଚନା ଦେଇଛନ୍ତି।

୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୋଲିସ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା। ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲା। ଏଥିସହ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସ୍ୱାଭାବିକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ୱର ଡିସିପି ପୂର୍ବରୁ ସୂଚନା ଦେଇଥିଲେ।  ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଯାଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

The post କଙ୍କାଳ ପରେ ମିଳିଲା ପ୍ରେମ ଚିଠି appeared first on Odisha Reporter.



from Odisha Reporter https://ift.tt/3qIPA8s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages